Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓରାଙ୍ଗଉଟାନଙ୍କ ଯତ୍ନ ପାଇଁ ଗଠିତ ହେଲା ବୈଷୟିକ କମିଟି

    Share on :
    ajab-Image
    Date: Sep 14, 2026    Views: 3296

    ଭୁବନେଶ୍ୱର: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା 5ଟି ଓରାଙ୍ଗଉଟାନଙ୍କ ଉତ୍ତମ ଯତ୍ନ ପାଇଁ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଏକ ବୈଷୟିକ କମିଟି ଗଠନ କରାଯାଇଛି । ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର ପରବର୍ତ୍ତୀ ଯତ୍ନ ସମ୍ପର୍କିତ ବିଭିନ୍ନ ବୈଷୟିକ ପରାମର୍ଶ ଦେବା ସହ ଓରାଙ୍ଗଉଟାନ ମାନଙ୍କୁ Wild Life (Protection) Act, 1972 ଅନୁଯାୟୀ ଉପଯୁକ୍ତ ଭାବେ ରଖିବା ଓ ଯତ୍ନ ନେବା ଉଦ୍ଦେଶ୍ୟରେ ଏହି କମିଟି ଗଠନ କରାଯାଇଛି । ଏହି କମିଟିର କାର୍ଯ୍ୟକାଳ ୬ ମାସ ରହିବ । ଆବଶ୍ୟକତା ଅନୁଯାୟୀ ଏହାର କାର୍ଯ୍ୟକାଳ ବଢ଼ାଯାଇପାରିବ ।

    ମୈସୁରସ୍ଥିତ ଶ୍ରୀ ଚାମରାଜେନ୍ଦ୍ର ଜୁଲୋଜିକାଲ ଗାର୍ଡେନ୍ସର ଭେଟେରିନାରୀ ଅଫିସର କର୍ଣ୍ଣାଟକ PCCFଙ୍କ ଦ୍ୱାରା ମନୋନୀତ ସଦସ୍ୟ
    ୱାଇଲ୍ଡଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଡେରାଡୁନର ନିର୍ଦ୍ଦେଶକଙ୍କ ପ୍ରତିନିଧି ସଦସ୍ୟ
    ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥ, OUAT, ଭୁବନେଶ୍ୱରର ପ୍ରୋଜେକ୍ଟ କୋ-ଅର୍ଡିନେଟର ସଦସ୍ୟ
    ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକଙ୍କ ଦ୍ୱାରା ମନୋନୀତ ଭେଟେରିନାରୀ ଅଫିସର ସଦସ୍ୟ
    ନନ୍ଦନକାନନ ବାୟୋଲଜିକାଲ ପାର୍କର ନିର୍ଦ୍ଦେଶକ
    ଏହି କମିଟି ସଦସ୍ୟ ଆବଶ୍ୟକତା ଅନୁଯାୟୀ ଦେଶ ଓ ବିଦେଶର ଖ୍ୟାତନାମା ବ୍ୟକ୍ତି ବା ସଂଗଠନର ବିଶେଷଜ୍ଞଙ୍କ ସହ ପରାମର୍ଶ କରିପାରିବେ । ତେବେ ଏହି କମିଟିର ସଦସ୍ୟମାନଙ୍କ ଗସ୍ତ ଓ ସମନ୍ୱୟ ପାଇଁ ନନ୍ଦନକାନନ ଜୁଲୋଜିକାଲ ପାର୍କର ନିର୍ଦ୍ଦେଶକଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ଜଣାଇ ଦିଆଯାଇଛି ।

    ଏପଟେ ଓରାଙ୍ଗଓଟାନ ଜଙ୍ଗଲ ତସ୍କରୀ ନେଇ ପୂର୍ବତନ ଏନଟିସିଏ ଅତିରିକ୍ତ ଡିଜି ଓ ଡବ୍ଳୁସିସିବିର ଯୁଗ୍ମ ନିର୍ଦ୍ଦେଶକ ଅନୁପ ନାୟକ ପତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କିପରି ଓରାଙ୍ଗଉଟାନ ଗୁଡିକ ଜଙ୍ଗଲରୁ କି କ୍ୟାପ୍ଟଭିରୁ ଆସିଛନ୍ତି, ତାହା ଜଣା ପଡ଼ିନାହିଁ । ଡବ୍ଳୁସିସିବିର କାମ ହେଉଛି ସିବିଆଇ, ଡିଆରଆଇ, ବନବିଭାଗ, ପୋଲିସ ଓ ଇଣ୍ଟରପୋଲ ସମେତ ବିଭିନ୍ନ ତଦନ୍ତକାରୀ ଏଜେନ୍ସି ଯୋଗାଯୋଗର ରହିବା । ଏବେ କୋଲକାତାର ଆଞ୍ଚଳିକ ଡବ୍ଳୁସିସିବି ସହିତ ଏସଟିଏଫର ତଦନ୍ତ ଚାଲିଛି । ଏହି ବନ୍ୟଜନ୍ତୁ କାରବାର ଉପରେ ବ୍ୟାନ ଲାଗିଛି । କଣ ପାଇଁ ଓ କେଉଁଠାରୁ ଆସିଥିଲା ତାହା ଜାଣିବା ଦରକାର । ଜଙ୍ଗଲରୁ ଆସିଥିଲେ ମାଆଙ୍କୁ ଶିକାର କରି ଶିକାରୀ ଆଣିଥିବା ସନ୍ଦେହ କରାଯାଉଛି । ଏବେ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନକୁ ବଞ୍ଚେଇ ରଖିବାକୁ ପଡିବ । ଏବେ ବନ୍ୟଜନ୍ତୁ ତସ୍କରୀର ପଶ୍ଚିମବଙ୍ଗ ମୁଖ୍ୟ ହବ୍ । ଓରାଙ୍ଗଉଟାନକୁ ସ୍ଥଳ ପଥ ଦେଇ ଆସିଥିବା ସନ୍ଦେହ କରାଯାଉଛି । ଯଦି ଜଳପଥରେ ଆସିଲା, ତାହା ହେଲେ ଓଡିଶା ପାଇଁ ବିପଦ ବୋଲି କହିଛନ୍ତି ଅନୁପ ନାୟକ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook