ମୁଖ୍ୟ ଖବର
କଟକ: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୧୪୧୦୫/ଏଚ୍/ତା୧୯.୫.୨୦୨୬ ଆଧାରରେ ଏହା କରାଯାଇଥିବା ଓପିଏସ୍ସି ପକ୍ଷରୁ ବୁଧବାର ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଯାଇଛି। ଏହି ପଦବୀ ନିମନ୍ତେ ପ୍ରାପ୍ତ ହୋଇଥିବା ସମସ୍ତ ଆବେଦନଗୁଡ଼ିକୁ ବାତିଲ କରାଯାଇଛି। ପ୍ରାର୍ଥୀମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଦେୟ ଅର୍ଥ ଆଗାମୀ ୨୦ ଦିନ ମଧ୍ୟରେ ଅରିଜିନାଲ ମୋଡ୍ ଅଫ୍ ପେମେଣ୍ଟକୁ ଫେରସ୍ତ କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।
Comments ସମସ୍ତ ମତାମତ