Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି କନ୍ଦାଇଲା ପିଆଜ, 50 ଛୁଇଁଲା ଦର

    Share on :
    ajab-Image
    Date: Aug 20, 2026    Views: 3675

    କଟକ: ପରିବା ଦର ବୃଦ୍ଧି ପରେ ଏବେ ହଠାତ୍‌ ପିଆଜ ଦର ବୃଦ୍ଧି ଘଟିଛି । ସକାଳୁ ସକାଳୁ ଏହି ଦର କିଲୋ ପ୍ରତି ହଠାତ ୫୦ ଟଙ୍କା ବୃଦ୍ଧି ଘଟିଛି । ଯାହାକୁ ନେଇ ଚିନ୍ତାରେ ଖାଉଟି । ଯେଉଁ ପିଆଜ ଦର ଗତ ଦୁଇ ଦିନ ତଳେ ସ୍ୱାଭାବିକ ଥିଲା, ଅର୍ଥାତ କିଲୋ ପ୍ରତି 30 ରୁ 35 ଟଙ୍କାରେ ବିକ୍ରି ହେଉଥିଲା ଏବେ ହଠାତ୍‌ ବୃଦ୍ଧି ପାଇଛି । ପିଆଜ ଦର କିଲୋପ୍ରତି ଏବେ ବଜାରରେ 50 ଟଙ୍କା ଦରରେ ବିକ୍ରୟ ହେଉଛି । ଏବେ ଏହାର ଦର କିଲୋପ୍ରତି ରିଟେଲରେ ପ୍ରାୟ ୧୫ ଟଙ୍କା ବୃଦ୍ଧି ଘଟିଛି ।
    ହଠାତ୍‌ ଏପରି ଦର ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ଜାହିର କରିବା ସହ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଯେଉଁଠାରୁ ପିଆଜ ଆମଦାନୀ ହେଉଛି ସେଠାରେ ଦର ବୃଦ୍ଧି କାରଣରୁ ଏପରି ହଠାତ ଦର ବୃଦ୍ଧି ଘଟିଥିବା ବ୍ୟବସାୟୀ କହିଛନ୍ତି। ସେହିପରି ପିଆଜ ଦର ବୃଦ୍ଧି ପାଇଁ ଦହିବରା ବ୍ୟବସାୟୀଙ୍କ ଚିନ୍ତା ବଢ଼ି ଯାଇଛି । ଦହିବରାରେ ମସଲା କରିବା ଠାରୁ ଦହିବରା ଖାଇବା ପର୍ଯ୍ୟନ୍ତ ପିଆଜର ଆବଶ୍ୟକ ପଡେ। ଏଣିୁ ଏପରି ଦର ବୃଦ୍ଧିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବ୍ୟବସାୟୀ । ଦହିବରା ବ୍ୟବସାୟୀ ହେମନ୍ତ ସାହୁ କହିଛନ୍ତି ‘‘ଦହିବରା ଆଳୁଦମରେ ପ୍ରତ୍ୟେକ ଦିନ ପିଆଜର ଆବଶ୍ୟକ ପଡିଥାଏ । ଏହି କ୍ରମରେ ସେ ଦୈନିକ 10 ରୁ 12 କିଲୋ ପିଆଜ ବ୍ୟବହାର କରିଥାନ୍ତି। ମାତ୍ର ଦର ବୃଦ୍ଧି ପାଇଁ ଏବେ ବେପାର କେମିତି ହେବ ? ଆବଶ୍ୟକ ପଡିଲେ ଦହିବରା ଦର ବୃଦ୍ଧି କରିବାକୁ ପଡିବ’’ ।
    ଛତ୍ରବଜାର ପରିବା ବ୍ୟବସାୟୀ ବାବୁଲା ସାହୁଙ୍କ କହିବା ଅନୁଯାୟୀ ପୂର୍ବରୁ ପିଆଜ ଦର ହୋଲସେଲରେ ୩ କିଲୋ ପ୍ରତି ପୂର୍ବରୁ 100 ଟଙ୍କାରେ ବିକ୍ରୟ ହେଉଥିଲା। ଏବେ ଏହା ବୃଦ୍ଧି ପାଇଛି। କିଲୋପ୍ରତି ପ୍ରାୟ 15 ଟଙ୍କା ବୃଦ୍ଧି ପାଇଛି। ବଜାରକୁ ଆବଶ୍ୟକ ଅନୁସାରେ ପିଆଜ ଗାଡି ଆସୁଛି । ବର୍ଷା ଯୋଗୁଁ ଏହି ସମସ୍ୟା ଉପୁଜିଛି। ବର୍ଷା କମିଲେ ଅମଳ ପିଆଜ ବଜାରକୁ ଆସିଗଲେ ସମସ୍ୟାର ସମାଧାନ ହୋଇଯିବ ବୋଲି ସେ କହିଛନ୍ତି।ତେଵେ ଦର ବୃଦ୍ଧିକୁ ନେଇ ଖାଉଟି ମାନେ ମଧ୍ୟ ଅସନ୍ତୋଷ ଜାହିର କହିଛନ୍ତି । ମାହେ ଜମିନ ନାମକ ଜଣେ ଖାଉଟି କହିଛନ୍ତି ସେ ଆଜି ସକାଳୁ ପିଆଜ ଦର 45 ଟଙ୍କା ଥିବା ବୁଝି ଥିଲେ । ମାତ୍ର ଟିକେ ବିଳମ୍ବରେ ଆସିବାରୁ ଏହାର ଦର ଛତ୍ର ବଜାରରେ 50 ଟଙ୍କା ହୋଇଯାଇଥିବା ଜାଣିଲେ। ପରିବା ଦର ଯେତିକି ବାଧୁଛି ଏବେ ପିଆଜ ଦର ବୃଦ୍ଧି ଆହୁରି କଷ୍ଟ ଦେଉଛି। ସରକାର ଏହାର ନିୟନ୍ତ୍ରଣ କରିବାକୁ ସେ ନିବେଦନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook