Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବଢ଼ିଲା ପିଆଜ ଦର

    Share on :
    ajab-Image
    Date: Jul 10, 2026    Views: 3496

    ଭୁବନେଶ୍ବର : ବଢ଼ିଲା ପିଆଜ ଦର । ଗତ ୩ ଦିନ ଭିତରେ ଦର ୩୦ ରୁ ବଢ଼ି ୪୦ ଓ ୪୫ ଟଙ୍କାରେ ବିକ୍ରି ହେଉଛି । ପିଆଜ ସାଧାରଣ ଭାବେ ସବୁଦିନ ରୋଷେଇ ଘରେ ଆବଶ୍ୟକତା ରହିଛି । ତେଣୁ ୧କିଲୋ ଜାଗାରେ ଅଧା କିଲୋ କିଣିବାକୁ ପଡୁଛି । ଦୈନନ୍ଦିନ ଜୀବନରେ ସବୁ ନିତ୍ୟ ବ୍ୟବହାର ଜିନିଷର ଦାମ ବଢ଼ିଲେ ଯେତିକି ବାଧୁଛି ତା’ଠାରୁ ଅଧିକ କଷ୍ଟ ଆଳୁ ପିଆଜର ଦାମ୍ ବୃଦ୍ଧି ବୋଲି କୁହନ୍ତି ଗ୍ରାହକ ।
    ଏଥିରେ ଦୋକାନୀ ବିଶେଷ ଲାଭ ନାହିଁ । ବେପାରୀ କିଲୋ ପିଛା ୩୩ଟଙ୍କାରେ କିଣୁଥିବାବେଳେ ପରିବହନ ବାବଦକୁ ୫ଟଙ୍କା ଓ ବସ୍ତାରେ ଆସୁଥିବା ପିଆଜ ଅଧ ପଚା ପଡୁଥିବା ଯୋଗୁଁ ସେହି ପିଆଜ ବଛା ବାବଦକୁ ୧ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଦୋକାନୀ କିଲୋ ପିଛା ୪୦ଟଙ୍କାରେ ବିକିଲେ ୧ଟଙ୍କା ଲାଭ ପାଉଛି । ବର୍ତ୍ତମାନ ସମୟରେ ପିଆଜ ଦାମ୍ ଟିକେ ଉଚା ରୁହେ । ନୂଆ ପିଆଜ ଆସିବାକୁ ଆହୁରି ସମୟ ଅଛି । ଏ ସବୁ ପିଆଜ କୋଲ୍ଡ ଷ୍ଟୋରେଜ ପିଆଜ । ତେଣୁ ଦାମ୍ ଅଧିକ ରହିବ, ଆଗକୁ ଆହୁରି ଅଧିକ ହୋଇପାରେ ଯୁଦ୍ଧକୁ ବର୍ଷା । ଏ ଦୁଇଟି ଅବସ୍ଥା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି ବୋଲି କୁହନ୍ତି ଆଳୁ ପିଆଜ ସଂଘ ସଭାପତି ଶକ୍ତି ଶଙ୍କର ମିଶ୍ର ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook