Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦିନକୁ ଖାଆନ୍ତୁ ଗୋଟିଏ କଞ୍ଚା ପିଆଜ

    Share on :
    ajab-Image
    Date: May 26, 2023    Views: 3129

    ଏବେ ରାଜ୍ୟର ତାପମାତ୍ରା ଧୀରେ ଧୀରେ ୪୩ ଡିଗ୍ରୀ ଅତିକ୍ରମ କଲାଣି । ଫଳରେ  ଥଣ୍ଡା ପାନୀୟ ଚାହିଦା ଆକାଶ ଛୁଆଁ ହେବାକୁ ଲାଗିଲାଣି । କିଛି ଲୋକ ଗରମରୁ  ରକ୍ଷା ପାଇବା ପାଇଁ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । କୁହାଯାଏ କଞ୍ଚା  ପିଆଜରେ ଥିବା ପୋଷକ ତତ୍ତ୍ୱ ଲୁ ଓ ଜଳାଭାବରୁ ରକ୍ଷା କରିବାରେ ସାହାଯ୍ୟ  କରେ । ଚାଲନ୍ତୁ ଜାଣିବା ଖରାଦିନେ କାହିଁକି ପିଆଜ ଖାଇବାକୁ କୁହାଯାଏ । 

    ପିଆଜର ପୋଷକ ତତ୍ତ୍ୱ :

    ପିଆଜରେ ସଲ୍‌ଫର,  ଫାଇବର, ପୋଟାସିୟମ୍‌,  କ୍ୟାଲସିୟମ୍‌, ଭିଟାମିନ୍‌ଥ୧ଧବି ଓ ଭିଟାମିନ୍‌-ସି ଭରି  ରହିଥାଏ । ଏହାବ୍ୟତୀତ ମଧ୍ୟ କେତେକ ପୋଷକ ତତ୍ତ୍ୱ ରହିଛି ପିଆଜରେ, ଯାହା କୋଲେଷ୍ଟରଲ୍‌ କମ୍‌ କରିଥାଏ । 

    ଲୁ’ରୁ ରକ୍ଷା କରେ :

    ଗରମ ଦିନେ ଖରା ଓ ଲୁ’ ଯୋଗୁ ବହୁ ଲୋକ ରୋଗରେ ପଡିଥାନ୍ତି । ଲୁ’  ପ୍ରଭାବରୁ ରକ୍ଷା ପାଇବା ପାଇଁ କଞ୍ଚା ପିଆଜ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ହିଟ୍‌ ଷ୍ଟ୍ରୋକ୍‌ ସମସ୍ୟାରୁ ମଧ୍ୟ ରକ୍ଷା କରେ ପିଆଜ ।

    ଶରୀରକୁ ଥଣ୍ଡା ରଖେ :

    ଗରମ ଦିନେ ପିଆଜ ଖାଇବା ଦ୍ୱାରା ଶରୀର ଥଣ୍ଡା ରହିବା ସହ ଅନେକ  ଖରାଦିନିଆ ରୋଗରୁ ରକ୍ଷା କରିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook