Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଚୋର ନେଇଗଲା ପିଆଜ ଟ୍ରକ

    Share on :
    ajab-Image
    Date: Nov 30, 2019    Views: 1053

    ଆଜିକାଲି ଟଙ୍କା ନୁହେଁ, ପିଆଜ ଉପରେ ବି ଚୋରଙ୍କ ନଜର ରହିଛି  । ସିନେମା ଷ୍ଟାଇଲରେ ଜଣେ ଚୋର କିଭଳି ପିଆଜ ନେଇଗଲା ସେନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାଟି ଥିଲା ଏମିତି... ପ୍ରେମଚାନ୍ଦ ଶୁକ୍ଳା ନାମକ ଜଣେ ବ୍ୟବସାୟୀ ମହାରାଷ୍ଟ୍ରର ନାସିକ ସହରରୁ ଉତ୍ତର ପ୍ରଦେଶର ଗୋରଖ ପୁରକୁ ୨୦ ଲକ୍ଷ ଟଙ୍କାର ପିଆଜ ଏକ ବଡ଼ ଟ୍ରକ ଯୋଗେ ପଠାଇଥିଲେ । ଏହି ପିଆଜ ଟ୍ରକ ୨ ଦିନରେ ଗୋରଖପୁରରେ ପହଞ୍ଚିବା କଥା । ତେବେ ନିର୍ଦ୍ଧିଷ୍ଟ ସମୟରେ ପହଞ୍ଚି ନଥିବାରୁ ପ୍ରେମଚାନ୍ଦ ବ୍ୟସ୍ତ ହୋଇ ଟ୍ରକ ଚାଳକକୁ ଫୋନ୍ କରିଥିଲେ । ତେବେ ଚାଳକଙ୍କ ମୋବାଇଲ ସୁଇଚ ଅଫ ଥିଲା । ଅନ୍ୟ ଉପାୟ ନ ପାଇ ସେ ମହାରାଷ୍ଟ୍ର ରାଜ୍ୟ ପରିବହନ ବିଭାଗ ମୁଖ୍ୟଙ୍କୁ ଘଟଣା ସଂକ୍ରାନ୍ତରେ ଜଣାଇଥିଲେ । ପୁଲିସ ଏ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଥିଲା । ପିଆଜ ଟ୍ରକଟି ଗୋରଖପୁରରେ ପହଞ୍ଚି ନଥିବା ତଦନ୍ତରୁ ଜଣାପଡ଼ିଥିଲା । ଶିବପୁରୀ ନାମକ ଏକ ସ୍ଥାନରୁ ପୁଲିସ ଟ୍ରକକୁ ଉଦ୍ଧାର କରିଥିଲା । ତେବେ ସେଥିରେ ପିଆଜ ନଥିଲା । ଅନ୍ୟ ପଟେ ଚାଳକ ମଧ୍ୟ ଫେରାର ଥିବା ପୁଲିସ ଜାଣିବାକୁ ପାଇଲା । ପ୍ରେମଚାନ୍ଦ ଅନ୍ୟ ଉପାୟ ନ ପାଇ କ୍ଷତିପୂରଣ ପାଇଁ ଅଦାଲତଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି । ସେହିପରି ଗୁଜରାଟର ସୁରଟ ଜିଲ୍ଲା ପାଇନପୁର ବଜାରରେ ଥିବା ଏକ ଦୋକାନରୁ ଚୋରମାନେ ପ୍ରାୟ ଅଢେ଼ଇ କୁଇଣ୍ଟାଲ ପିଆଜ ଚୋରି କରି ନେଇଥିବା ପୁଲିସର ଅଭିଯୋଗ ହୋଇଛି ।

    Maximum 500 characters

    ଅଜବ View all

    Find Us on Facebook