Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଦିନିକିଆ ବିଶ୍ବକପ୍‌: ଆଉ ୪ ଲକ୍ଷ ଟିକେଟ୍‌ ବିକ୍ରି କରିବ ବିସିସିଆଇ

    Share on :
    ajab-Image
    Date: Sep 7, 2023    Views: 3882

    ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ଦିନିକିଆ ବିଶ୍ବକପ୍‌ର ଚାହିଦାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ଯ୍ୟାୟରେ ୪ ଲକ୍ଷ ଟିକେଟ୍‌ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛି। ଆୟୋଜକ ରାଜ୍ୟ ସଂଘମାନଙ୍କ ସହିତ ଆଲୋଚନା କରିବା ପରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। ପ୍ରଥମେ ୭ଟି ପର୍ଯ୍ୟାୟରେ ଭାରତ ଓ ଅଣଭାରତୀୟ ମ୍ୟାଚ୍‌ଗୁଡ଼ିକ ସହିତ ଅଭ୍ୟାସ ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍‌ ବିକ୍ରି କରାଯାଇଥିଲା। ହେଲେ ଚାହିଦା ଅଧିକ ରହୁଥିବାରୁ ଅନେକ ସଂଖ୍ୟାରେ ପ୍ରଶଂସକମାନେ ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇଥିଲେ।

    ଏହି ଐତିହାସିକ ଇଭେଣ୍ଟରେ ଅଧିକରୁ ଅଧିକ କ୍ରିକେଟ୍‌ ପ୍ରିୟ ଦର୍ଶକଙ୍କୁ ମ୍ୟାଚ୍‌ ଉପଭୋଗ ପାଇଁ ସୁଯୋଗ ଦେବାକୁ ବିସିସିଆଇ ଲକ୍ଷ୍ୟ ରଖିଛି। ଏହାଫଳରେ ବିଶ୍ବର ବିଭିନ୍ନ ସ୍ଥାନରୁ ଭାରତକୁ ମ୍ୟାଚ୍‌ ଦେଖିବା ପାଇଁ ଆଗ୍ରହ ରଖୁଥିବା ପ୍ରଶଂସକମାନେ ଟିକେଟ ପାଇବାରେ ଆଉ ନିରାଶ ହେବେ ନାହିଁ। ବିସିସିଆଇ ସମସ୍ତ ମ୍ୟାଚ୍‌ଗୁଡ଼ିକ ପାଇଁ ସେପ୍ଟେମ୍ବର ୮ ତାରିଖ ରାତି ୮ଟାରୁ https://tickets.cricketworldcup.com ୱେବସାଇଟ୍‌ ଜରିଆରେ ଟିକେଟ୍‌ ବିକ୍ରି କରିବ। ଏହାବାଦ୍‌ ପରବର୍ତ୍ତୀ ପର୍ଯ୍ୟାୟର ଟିକେଟ୍‌ ବିକ୍ରି ସମ୍ବନ୍ଧରେ ଏହିଠାରେ ସୂଚନା ଦିଆଯିବ ବୋଲି ବିସିସିଆଇ ଜାରି କରିଥିବା ବିଜ୍ଞପ୍ତିରେ ସୂଚନା ଦେଇଛି। 

    Maximum 500 characters

    ଖେଳ ଖବର View all

    Find Us on Facebook