Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନିୟମ ଓ ପରମ୍ପରା ଆଧାରରେ ଗୃହ ପରିଚାଳିତ ହୁଏ: ବାଚସ୍ପତି

    Share on :
    ajab-Image
    Date: Mar 12, 2026    Views: 3427

    ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ନିମ୍ନ ସଦନରେ କାଟ୍ ଖାଇବା ପରେ ଆଜି ପୁଣି ଥର ଅଧ୍ୟକ୍ଷ ଆସନ ଅଳଙ୍କୃତ କରିବା ସହ ବିରୋଧୀଙ୍କ ସମସ୍ତ ଅଭିଯୋଗର ଶାଣିତ ଜବାବ ରଖିଛନ୍ତି ଓମ୍ ବିର୍ଲା । ସେ ସ୍ପଷ୍ଟ କରିଛନ୍ତି ଯେ, ସଂସଦ କୌଣସି ବ୍ୟକ୍ତିବିଶେଷଙ୍କ ଇଚ୍ଛା ବା ବିଶେଷାଧିକାରରେ ନୁହେଁ, ବରଂ ନିୟମ ଓ ପରମ୍ପରା ଆଧାରରେ ପରିଚାଳିତ ହୁଏ ।ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦିଆଯାଉ ନଥିବା ନେଇ ବିରୋଧୀ ସାଂସଦଙ୍କ ଅଭିଯୋଗ ଉପରେ ବାଚସ୍ପତି କହିଛନ୍ତି ଯେ, ଗୃହରେ ନେତା ଯିଏ ବି ହୁଅନ୍ତୁ, ସମସ୍ତଙ୍କୁ ନିୟମ ଓ ପ୍ରକ୍ରିୟା ମଧ୍ୟରେ ହିଁ କହିବାକୁ ହେବ। କୌଣସି ନିର୍ଦ୍ଦିଷ୍ଟ ବିଷୟରେ କହିବା ବା ନ କହିବା ବିରୋଧୀ ଦଳ ନେତାଙ୍କର କୌଣସି ସ୍ୱତନ୍ତ୍ର ବିଶେଷାଧିକାର ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମନ୍ତ୍ରୀ, ନିୟମ ୩୭୦ ଅନୁଯାୟୀ ପ୍ରତ୍ୟେକ ସଦସ୍ୟଙ୍କୁ ପୂର୍ବ ଅନୁମତି ନେବାକୁ ପଡ଼ିଥାଏ। ଏହି ସଦନ ଭାରତର ୧୪୦ କୋଟି ନାଗରିକଙ୍କ ସାର୍ବଭୌମ ଇଚ୍ଛାକୁ ପ୍ରତିନିଧିତ୍ୱ କରେ। ସେ ସର୍ବଦା ଚେଷ୍ଟା କରିଛନ୍ତି ଯେପରି ପ୍ରତ୍ୟେକ ସଦସ୍ୟ ନିଜର ମତାମତ ରଖିପାରିବେ ।ଗତ ୧୦ ଫେବୃଆରୀ, ୨୦୨୬ରେ ବିରୋଧୀଙ୍କ ଦ୍ୱାରା ଦିଆଯାଇଥିବା ଅନାସ୍ଥା ନୋଟିସକୁ ସ୍ୱୀକାର କରି ସେ ଗୃହର କାର୍ୟ୍ୟଧାରାରୁ ନିଜକୁ ଦୂରେଇ ରଖିଥିଲେ। ଏ ସମ୍ପର୍କରେ ସେ କହିଛନ୍ତି, "ସଂସଦୀୟ ଗଣତନ୍ତ୍ରରେ ମୋର ଅତୁଟ ବିଶ୍ୱାସ ରହିଛି। ଆଲୋଚନା ସମୟରେ ଆସିଥିବା ସମସ୍ତ ସମର୍ଥନ ଓ ସମାଲୋଚନାକୁ ମୁଁ ସମ୍ମାନର ସହ ଗ୍ରହଣ କରୁଛି। ଏହି ଆସନ କୌଣସି ବ୍ୟକ୍ତିର ନୁହେଁ, ଏହା ସମ୍ବିଧାନର ଆତ୍ମା ଓ ମହାନ ପରମ୍ପରାର ପ୍ରତୀକ। ସଦନ ତାଙ୍କ ଉପରେ ପୁନଃ ସ୍ଥାପନ କରିଥିବା ବିଶ୍ୱାସ ପାଇଁ ସେ କୃତଜ୍ଞତା ଜ୍ଞାପନ କରିବା ସହ ସମ୍ପୂର୍ଣ୍ଣ ସମର୍ପିତ ଭାବେ ନିଜର ଦାୟିତ୍ୱ ତୁଲାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook