Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମାଡିଚାଲିଛି ନୂଆ ଭାରିଆଣ୍ଟ, ପାଶ୍ଚାତ୍ୟ ଦେଶକୁ ଦୋଷ ଦେଉଛନ୍ତି ଆଫ୍ରିକୀୟ ଦେଶ

    Share on :
    ajab-Image
    Date: Nov 29, 2021    Views: 2843


    ଜେନେଭା: ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚଓ) କୋଭିଡ-୧୯ର ନୂତନ ଭାରିଆଣ୍ଟ ଓମିକ୍ରନକୁ ଉଦବେଗଜନକ ବର୍ଗ (ଭିଏସି)ରେ ରଖିବା ପରେ ଗୋଟିକ ପରେ ଗୋଟିଏ ପାଶ୍ଚାତ୍ୟ ଦେଶ ଆଫ୍ରିକାରୁ ଆସୁଥିବା ଲୋକଙ୍କ ପାଇଁ ନିଜ ଦେଶର ସୀମା ବନ୍ଦ କରିଦେଉଛନ୍ତି । ଏହାର ପ୍ରତିବାଦ କରି ଆଫ୍ରିକା କହିଛି ଯେ ନୂତନ ପ୍ରଜାତିକୁ ଶୀଘ୍ର ଚିହ୍ନଟ କରିବାର କ୍ଷମତା ଯୋଗୁ ଦଣ୍ଡ ମିଳୁଛି । ଦକ୍ଷିଣ ଆଫ୍ରିକୀୟ ଦେଶଗୁଡ଼ିକ ଶନିବାର ପାଶ୍ଚାତ୍ୟ ଦେଶଗୁଡ଼ିକର ବ୍ୟବହାରରେ କ୍ଷୋଭ ପ୍ରକାଶ କରିଛନ୍ତି । ଆଫ୍ରିକାରେ କୋଭିଡ-୧୯ର ନୂଆ ଭାରିଆଣ୍ଟ ଦେଖାଯିବାର କାରଣ ଭାବେ ସ୍ୱଳ୍ପ ଟିକାକରଣକୁ ସେମାନେ ଦାୟୀ କରିଛନ୍ତି । 


    ଏଥିପାଇଁ ମଧ୍ୟ ସେମାନେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦୋଷ ଦେଇଛନ୍ତି । କାରଣ ପାଶ୍ଚାତ୍ୟ ଧନୀ ଦେଶଗୁଡ଼ିକ ପ୍ରଥମେ ନିଜର ସ୍ୱାର୍ଥ ଦେଖିଲେ । ସବୁ ଟିକା ନିଜ ଦେଶକୁ ବୁହାଇ ନେଲେ । ଗରିବ ଦେଶଗୁଡ଼ିକୁ ଟିକା ଯୋଗାଣରେ ସହାୟତା କଲେ ନାହିଁ । ଫଳରେ ଟିକାକରଣରେ ଅସମାନତା କାରଣରୁ କମ୍ ଟିକା ନେଇଥିବା ଆଫ୍ରିକୀୟ ଦେଶରେ କୋଭିଡ-୧୯ର ନୂତନ ଭାରିଆଣ୍ଟର ଉଦ୍ଭବ ହେଲା । ଏଥିପାଇଁ ସେମାନେ ଦାୟୀ କି? ନୂତନ ଭାରିଆଣ୍ଟ ଓମିକ୍ରନ୍ ପ୍ରଥମେ ବଟସ୍ୱାନାରେ ଚହ୍ନଟ ହୋଇଥିଲା । ଏହାପରେ ଆଫ୍ରିକାରେ ଏହାର ସଂକ୍ରମଣ ବ୍ୟାପକ ହେବା ଏବଂ ଡବ୍ଲୁଏଚଓ ଏହାକୁ ଉଦବେଗଜନକ ବର୍ଗରେ ରଖିବା ପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସୀମା ବନ୍ଦ କରି ଗରିବ ଆଫ୍ରିକୀୟ ଦେଶଗୁଡ଼ିକୁ ଦଣ୍ଡ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook