Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

    Share on :
    ajab-Image
    Date: Jul 31, 2026    Views: 3521

    ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ 'ଭାରତ ମଣ୍ଡପମ୍'ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ପ୍ରଥମ ପୁରସ୍କାର ହାସଲ କରିଛି ।

    ଏନ୍ଏନ୍ଏସ୍ ମିଡିଆ ଗ୍ରୁପ୍ ପକ୍ଷରୁ ଗତ ଜୁଲାଇ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି ବିଶାଳ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏଥିରେ ‘ଇଣ୍ଡିଆନ୍ ଡେରୀ ଇଣ୍ଡଷ୍ଟ୍ରି ଆଣ୍ଡ୍ ଫିସରିଜ୍ ଏକ୍ସପୋ’, ‘ଇଣ୍ଟର୍ନ୍ୟାସ୍ନାଲ ଏଗ୍ରିକଲଚର, ହର୍ଟି ଆଣ୍ଡ୍ ଅର୍ଗାନିକ ଏକ୍ସପୋ’ ଏବଂ ‘ଗଭର୍ଣ୍ଣମେଣ୍ଟ ଆଚିଭ୍‌ମେଣ୍ଟସ ଆଣ୍ଡ୍ ସ୍କିମ୍ସ ଏକ୍ସପୋ’ ସାମିଲ ଥିଲା । ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶହ ଶହ ସରକାରୀ, ବେସରକାରୀ, ଘରୋଇ ଏବଂ ସମବାୟ ସଂସ୍ଥା ଏହି କାର୍ଯ୍ୟକ୍ରମରେ ନିଜ ନିଜର ଷ୍ଟଲ୍ ପକାଇଥିଲେ । ଏହି ପ୍ରଦର୍ଶନୀରେ ଓଡ଼ିଶାରୁ ଓମ୍‌ଫେଡ୍ ପକ୍ଷରୁ ଏକ ବିଶେଷ ଷ୍ଟଲ୍ ଖୋଲାଯାଇଥିଲା । ଏହି ଷ୍ଟଲ୍‌ରେ ଓମ୍‌ଫେଡ୍‌ର ବିଭିନ୍ନ ଲୋକପ୍ରିୟ ଓ ଉଚ୍ଚମାନର ଉତ୍ପାଦ ପ୍ରଦର୍ଶିତ ଓ ବିକ୍ରୟ କରାଯାଇଥିଲା, ଯେପରିକି: ଓମ୍‌ଫେଡ୍ ଶୁଦ୍ଧ ଘିଅ ଏବଂ ପ୍ରିମିୟମ୍ A2 ଘିଅ, ପୋଷକତତ୍ତ୍ୱରେ ଭରପୂର A2 କ୍ଷୀର, ବିଭିନ୍ନ ଫ୍ଲେଭରର ଟେଟ୍ରା ପ୍ୟାକ୍ ଲସି, ସୁସ୍ୱାଦୁ ଫ୍ଲେଭର ମିଲ୍କ ଓ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ।

    ଏହି ଷ୍ଟଲ୍ଟିକୁ ଓମ୍‌ଫେଡ୍ ପକ୍ଷରୁ ‘ଟି ଏସ୍ ଡି ଏଣ୍ଟର୍ପ୍ରାଇଜେସ୍’ ପରିଚାଳନା କରିଥିଲା । ପ୍ରଦର୍ଶନୀକୁ ଆସିଥିବା ଦର୍ଶକ ଓ ଗ୍ରାହକମାନଙ୍କୁ ଓମ୍‌ଫେଡ୍ ଉତ୍ପାଦର ଗୁଣବତ୍ତା, ପୋଷକତତ୍ତ୍ୱ ଏବଂ ଶୁଦ୍ଧତା ସମ୍ପର୍କରେ ସେମାନେ ସଚେତନ କରାଇଥିଲେ । ଦୁଗ୍ଧ ସଂଗ୍ରହ ପ୍ରକ୍ରିୟା, ବିକାଶମୂଳକ ପଦକ୍ଷେପ, ଉତ୍ପାଦର ଶୁଦ୍ଧତା, ଗୁଣବତ୍ତା ଏବଂ ଆକର୍ଷଣୀୟ ସ୍ୱାଦ ପାଇଁ ଓମ୍‌ଫେଡ୍କୁ ସାରା ଦେଶରେ ଶ୍ରେଷ୍ଠ ବିବେଚିତ କରାଯାଇ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଆୟୋଜକ ଏନ୍ଏନ୍ଏସ୍ ମିଡିଆ ଗ୍ରୁପ୍ର ମୁଖ୍ୟଙ୍କଠାରୁ ଓମ୍ଫେଡ୍ର ପ୍ରତିନିଧି ତଥା ‘ଟି ଏସ୍ ଡି ଏଣ୍ଟର୍ପ୍ରାଇଜେସ୍’ର ପରିଚାଳିକା ସ୍ନେହା ସୁନ୍ଦରାୟ ଏହି ପ୍ରତିଷ୍ଠିତ ପୁରସ୍କାର ଗ୍ରହଣ କରିଛନ୍ତି । ଓମ୍‌ଫେଡ୍‌ର ଏହି ଜାତୀୟ ସଫଳତା ପାଇଁ ରାଜ୍ୟର ଦୁଗ୍ଧ ଚାଷୀ, କର୍ମଚାରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook