ମୁଖ୍ୟ ଖବର
ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ବିଜେପି ମହିଳା ସାଂସଦ ମାନେ ଚିଠି ଲେଖିଛନ୍ତି। ବିରୋଧୀ ସାଂସଦଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ୪ ତାରିଖ ବିଶୃଙ୍ଖଳିତ ଆଚରଣ ପାଇଁ କଡ଼ା କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି। ୪ ତାରିଖରେ ଲୋକସଭାରେ ଦୁର୍ଭାଗ୍ୟଜନକ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଥିଲା।
ବିରୋଧ ନାଁରେ ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିଯାଇଥିଲେ। ସବୁ ମର୍ୟ୍ୟାଦା ଲଙ୍ଘି କାଗଜପତ୍ର ଚିରି ବାଚସ୍ପତିଙ୍କ ଆଡ଼କୁ ମଧ୍ୟ ଫିଙ୍ଗିଥିଲେ। କିଛି ମହିଳା ସଦସ୍ୟ ବି ପ୍ଲାକାର୍ଡ ଧରି ପ୍ରଧାନମନ୍ତ୍ରୀଙ୍କ ଆସନ ଘେରିଥିଲେ। ତେଣୁ ମହିଳା ସାଂସଦମାନେ ଅନୁରୋଧ କରିଛନ୍ତି ଯେ ଆମ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଯେଉଁମାନେ ଅପମାନିତ କରିଛନ୍ତି ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଅନ୍ତୁ।
Comments ସମସ୍ତ ମତାମତ