Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓମ୍ ବିର୍ଲାଙ୍କ ବିରୋଧରେ ଆସିବ ଅନାସ୍ଥା !

    Share on :
    ajab-Image
    Date: Feb 9, 2026    Views: 3599

    ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନରେ ଅଚଳାବସ୍ଥା ଦୂର ହେବାର ଆଶା ମଧ୍ୟରେ ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ପୁଣି ଥରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ବିରୋଧୀ ଦଳଗୁଡ଼ିକ ସାଂସଦମାନଙ୍କୁ ନିଲମ୍ବନ କରାଯିବା ଉପରେ ତୀବ୍ର ପ୍ରତିବାଦ କରିଥିଲେ। ଯାହା ଫଳରେ ବାଚସ୍ପତି ଦିନ ୧୨ଟା ପର୍ୟ୍ୟନ୍ତ କାର୍ୟ୍ୟକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି। ସୂତ୍ର ଅନୁଯାୟୀ ଅନେକ ବିରୋଧୀ ଦଳ ଚାହାଁନ୍ତି ଯେ ଗୃହ ସୁରୁଖୁରୁରେ ଚାଲିବ ଯାହା ଦ୍ୱାରା ସେମାନେ ବଜେଟ ଆଲୋଚନାରେ ଅଂଶଗ୍ରହଣ କରିପାରିବେ। ଏହି ସମୟରେ, କଂଗ୍ରେସ ଲୋକସଭା ବାଚସ୍ପତିଙ୍କ କାର୍ୟ୍ୟଶୈଳୀରେ ଅସନ୍ତୁଷ୍ଟ ରହିଛି। ଏବଂ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ମିଳିତ ବିବୃତ୍ତି ମଧ୍ୟ ଗୃହରେ ମୁହାଁମୁହିଁ ଏବଂ ବିତର୍କର କାରଣ ହେବ ବୋଲି ଆଶା କରାଯାଉଛି। କଂଗ୍ରେସ ସାଂସଦମାନଙ୍କର ଏକ ଗୋଷ୍ଠୀ ବାଚସ୍ପତିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ସମ୍ଭାବନା ଉପରେ ମଧ୍ୟ ଆଲୋଚନା କରିପାରନ୍ତି। ବାଚସ୍ପତି ପକ୍ଷପାତ ବ୍ୟବହାର କରୁଥିବା ବିରୋଧୀମାନେ ଅଭିଯୋଗ ଆଣିଛନ୍ତି।

    ସୂତ୍ରରୁ ଜଣାପଡିଛି ଯେ, ବିରୋଧୀ ଦଳ ନେତାମାନେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ସେମାନେ କହିଛନ୍ତି ଯେ, ଯଦି ବିରୋଧୀ ଦଳକୁ ସଂସଦରେ କହିବାକୁ ଅନୁମତି ଦିଆଯାଏ ନାହିଁ, ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବେ।

    ବିରୋଧୀ ଦଳ କହିଛନ୍ତି, ରାହୁଲ ଗାନ୍ଧୀ ଲୋକ ସଭାରେ ଏମ୍‌ପିଙ୍କ ନିଲମ୍ବନ ଏବଂ ମହିଳା ଏମ୍‌ପଙ୍କ ବିରୋଧରେ ଅଭିଯୋଗ ଉପରେ କହିବାକୁ ଚାହୁଁଥିଲେ। ରାହୁଲ କହିବା ପାଇଁ ଅନୁମତି ମାଗୁଥିଲେ। ସୋମବାର ଲୋକ ସଭାରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ପରେ, ସଂସଦକୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ମୁଲତବୀ ରଖାଯାଇଛି।

    ସୂତ୍ର ଅନୁସାରେ, ପ୍ରାୟ ସମସ୍ତ ବିରୋଧୀ ଦଳ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଉପରେ ସହମତ ଏବଂ ଖୁବ ଶୀଘ୍ର ଲୋକ ସଭା ସଚିବଙ୍କୁ ନୋଟିସ ଦାଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ବଜେଟ ଅଧିବେଶନରେ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଲୋକ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଲା ନାହିଁ, ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ବିନା ଧନ୍ୟବାଦ ପ୍ରସ୍ତାବ ଗୃହୀତ ହେବାକୁ ପଡିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook