ମୁଖ୍ୟ ଖବର
ନୂଆଦିଲ୍ଲୀ : ହକି ଇଣ୍ଡିଆର ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଅମିତ ରୋହିଦାସ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଲାଭ କରିଛନ୍ତି। ଭାରତର ଅଧିନାୟକ ହରମନପ୍ରୀତ୍ ସିଂ ଓ ସିନିୟର ଗୋଲ୍କିପର ସବିତା ପୁନିଆ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗ ହକି ଇଣ୍ଡିଆ ବଲ୍ବୀର ସିଂ ସିନିୟର ପ୍ଲେୟର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ହରମନପ୍ରୀତ୍ଙ୍କ ନେତୃତ୍ୱରେ ଭାରତ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ରହିଥିଲା। ସେ ଆହୁରି ମଧ୍ୟ ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ରହିଥିଲେ। ସବିତାଙ୍କ ଲାଗି ଏହାଥିଲା ଦ୍ୱିତୀୟ ଆନନ୍ଦର ବିଷୟ। ସେ ୨୦୨୪ ବର୍ଷ ପାଇଁ ହକି ଇଣ୍ଡିଆ ବଲ୍ଜିତ ସିଂ ଗୋଲ୍କିପର ଅଫ୍ ଦି ଇୟର ପୁରସ୍କାର ମଧ୍ୟ ଲାଭ କରିଛନ୍ତି।
ସବିତା ତୃତୀୟ ଥର ପାଇଁ ଏହି ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ ହକି ଶତବାର୍ଷିକୀ ପାଳନ ଅବସରରେ ୭ମ ହକି ଇଣ୍ଡିଆ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଆହୁରି ମଧ୍ୟ ୧୯୭୫ରେ କୁଆଲାଲମ୍ପୁରରେ ଦେଶର ବିଶ୍ୱକପ୍ ବିଜୟ ଉତ୍ସବ ପାଳନ କରାଯାଇଥିଲା।
Comments ସମସ୍ତ ମତାମତ