ମୁଖ୍ୟ ଖବର
ଭୁବନେଶ୍ବର: ପ୍ରକାଶ ପାଇଲା OJEE ରେଜଲ୍ଟ । ଚଳିତ ବର୍ଷ ମୋଟ୍ ୯୨ ହଜାର ୬୨୮ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା । ଚଳିତ ମାସ ତୃତୀୟ ସପ୍ତାହରୁ ଆରମ୍ଭ ହେବ କାଉନସେଲିଂ । ଗତ ମେ ୪ରୁ ୧୦ ପର୍ଯ୍ୟନ୍ତ ହୋଇଥିଲା OJEE ପରୀକ୍ଷା । ଚଳିତ ବର୍ଷ ଶୁଭ୍ରାଂଶୁ ସୁତାର (B. Pharm) ଓ ସାଇ ଆର୍ଯ୍ୟା ଅନୁଷ୍କା ନାୟକ (M. ARCH)ରେ ଟପର ହୋଇଛନ୍ତି ।ଏପଟେ ଓଜେଇରେ ଟପ୍ପର ହୋଇଛନ୍ତି ସାଇ ଆର୍ଯ୍ୟା ଅନୁଷ୍କା ନାୟକ । ଆର୍କିଟେକ୍ଚର ଭଳି ଏକ କଠିନ ବିଷୟରେ ସେ ସଫଳତା ପାଇଛନ୍ତି । ସଫଳତାର ଶ୍ରେୟ ନିଜ ପରିବାର ଓ ଶିକ୍ଷକଙ୍କୁ ଦେଇଛନ୍ତି ସାଇ । ନିରନ୍ତର ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଆର୍କିଟେକ୍ଚର ଫିଲଡ୍ ରେ ଖୁଵ ଭଲ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।ଚଳିତବର୍ଷ ମୋଟ୍ ୧,୦୩,୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୯୨,୬୨୮ ପରୀକ୍ଷାର୍ଥୀ (୮୯.୫୫%) ପରୀକ୍ଷାରେ ଭାଗ ନେଇଥିଲେ । ନର୍ସିଂ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୬୨,୬୯୧ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କ ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ଦିଆଯାଇଛି । ପରୀକ୍ଷାର୍ଥୀମାନେ OJEE website (www.ojee.nic.in) ରୁ ନିଜ ନିଜର Rank Card ପାଇପାରିବେ ।୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-Tech. (Dip), LE-Tech. (B.Sc.), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing ଏବଂ Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (CBT) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ସହିତ ରାଜ୍ୟ ବାହାର ୩ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବମୋଟ ୯୯ଟି ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
Comments ସମସ୍ତ ମତାମତ