Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ ଓଜେଇଇ : ସୁରକ୍ଷାକୁ ଗୁରୁତ୍ୱ

    Share on :
    ajab-Image
    Date: Oct 12, 2020    Views: 6373

     ଭୁବନେଶ୍ୱର: : ଆଜିଠାରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଆସନ୍ତା ୧୯ ତାରିଖ ଯାଏଁ ଚାଲିବ ଓଜେଇଇ ପରୀକ୍ଷା । ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଛି । ଓଜେଇଇ ପରୀକ୍ଷା ପାଇଁ ୮୦ ହଜାର ପିଲା ପଞ୍ଜିକରଣ କରିଛନ୍ତି । ଜେଇଇ ମେନ୍ ଢ଼ାଂଚାରେ କମ୍ପ୍ୟୁଟର ବେସଡ ଟେଷ୍ଟ ହେବ ।
    ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ ଏଥର ଦିନକୁ ୩ଟି ସିପ୍ଟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୯ଟାରୁ ୧୧ ପର୍ୟ୍ୟନ୍ତ ପ୍ରଥମ ସିଟିଂ, ମଧ୍ୟାହ୍ନ ୧୨.୩୦ରୁ ୨ଟା ୩୦ ଦ୍ୱିତୀୟ ସିଟିଂ ଓ ଅପରାହ୍ନ ୪ଟାରୁ ୬ଟା ପର୍ୟ୍ୟନ୍ତ ତୃତୀୟ ସିଟିଂ ପରୀକ୍ଷା କରାଯିବ । କୋଭିଡ଼ କଟକଣା ନିୟମକୁ ଦୃଷ୍ଟିରେ ରକ୍ଷୀ ହେଉଛି ପରୀକ୍ଷା । ଛାତ୍ରଛାତ୍ରୀ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ମାନିବାକୁ ବାଧ୍ୟତା ମୂଳକ କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook