Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତରେ ପହଞ୍ଚିଲା ୨୦୦୦୦ ଟନ୍‌ର ଏଲ୍‌ପିଜି ଟ୍ୟାଙ୍କର

    Share on :
    ajab-Image
    Date: May 17, 2026    Views: 3453

    ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବଂ ତୈଳ ଯୋଗାଣ ନେଇ ବିଶ୍ୱ ଚିନ୍ତା ମଧ୍ୟରେ ଭାରତକୁ କିଛିଟା ଆଶ୍ୱସ୍ତି ମିଳିଛି। ପ୍ରାୟ ୨୦୦୦୦ ଟନ୍‌ ଏଲପିଜି ବହନ କରୁଥିବା ଟ୍ୟାଙ୍କର୍‌ ‘ସିମି’ ସୁରକ୍ଷିତ ଭାବରେ ଗୁଜରାଟର କଚ୍ଛ ଜିଲାର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଟ୍ୟାଙ୍କରଟି ମେ’ ୧୩ ତାରିଖରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ପାର କରି ଭାରତରେ ପହଞ୍ଚିଛି।

    ହର୍ମୁଜ ପ୍ରଣାଳୀ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ। ଏହା ପାରସ୍ୟ ଉପସାଗରକୁ ଅନ୍ତର୍ଜାତୀୟ ସମୁଦ୍ର ମାର୍ଗ ସହିତ ସଂଯୋଗ କରେ। ଯାହାକି ବିଶ୍ୱ ଶକ୍ତି ଯୋଗାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅଞ୍ଚଳରେ ଉତ୍ତେଜନା ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରୁଥିବା ସମୟରେ ଭାରତରେ ଏହି ଏଲପିଜି ଟ୍ୟାଙ୍କର୍‌ ପହଞ୍ଚିବା ଆଶ୍ୱସ୍ତିର ବିଷୟ।

    ଏହି ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଆରାଘଚି କହିଥିଲେ ଯେ, ବନ୍ଧୁତ୍ୱପୂର୍ଣ୍ଣ ଦେଶମାନେ ବାଣିଜ୍ୟ ସୁରକ୍ଷା ପାଇଁ ଇରାନ ଉପରେ ନିର୍ଭର କରିବା ଉଚିତ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଲେଖିଛନ୍ତି, ଆଞ୍ଚଳିକ ପରିସ୍ଥିତି ଉପରେ ତାଙ୍କର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ସହ ସକାରାତ୍ମକ ଆଲୋଚନା ହୋଇଛି। ଇରାନ ସର୍ବଦା ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ଏହାର ଐତିହାସିକ ଦାୟିତ୍ୱ ପାଳନ କରିବ। ଇରାନ ସମସ୍ତ ବନ୍ଧୁ ଦେଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଏବଂ ବାଣିଜ୍ୟ କାର୍ଯ୍ୟକଳାପର ସୁରକ୍ଷା ସୁନିଶ୍ଚିତ କରିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook