Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଢ଼ିଲା ଖାଇବା ତେଲ ଦର

    Share on :
    ajab-Image
    Date: Mar 9, 2026    Views: 3240

    ଭୁବନେଶ୍ବର:  ବଢ଼ିଲା ଖାଇବା ତେଲ ଦର । ଲିଟର ପିଛା ୧୦ ଟଙ୍କା ବଢ଼ିଥିବା ନେଇ ସୂଚନା ।  ତିନିରୁ ଚାରି ଦିନ ପୂର୍ବେ ରିଫାଇନ୍ ତେଲ ଦର ୧୬୦ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୦ ଟଙ୍କା ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚିଛି । କେତେକ ସ୍ଥାନରେ ୧୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ପାମଲିନ ତେଲ ମଧ୍ୟ ୫ ଟଙ୍କା ବୃଦ୍ଧି ପାଇଛି । ପୂର୍ବରୁ ୧୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ୧୪୫ ଟଙ୍କାରେ ବିକ୍ରି ହେଉଛି ।

    ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଅଶୌଧିତ ତେଲ ଜାହାଜ ଠିକ୍ ସମୟରେ ପହଞ୍ଚି ପାରୁନାହିଁ । ତେଣୁ ତେଲ ଦର ବୃଦ୍ଧି ପାଉଥିବା ନେଇ ଅନୁମାନ କରାଯାଉଛି । ତେବେ ତେଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି ।କିଛି ଦିନ ପୂର୍ବେ ଗ୍ୟାସ ଦର ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଖାଇବା ତେଲ ଦର ବୃଦ୍ଧି ପାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook