Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶର ତୈଳ ସମ୍ପଦ ୧୦ ଦିନ ପାଇଁ ମହଜୁଦ ରହିଛି

    Share on :
    ajab-Image
    Date: Mar 25, 2026    Views: 2891

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ତୈଳ ଓ ଗ୍ୟାସ୍‌ ସଙ୍କଟ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଇରାନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ଅବରୋଧ କରାଯାଇଥିବାରୁ ସେଠାରେ ଶତାଧିକ ତୈଳ ଟ୍ୟାଙ୍କର ଅଟକି ରହିଛି। ଅବଶ୍ୟ ଇରାନ ଅନୁମତି ଦେବା ପରେ ଭାରତର କେ​‌େ​‌ତକ ତୈଳ ଓ ଗ୍ୟାସ ଟ୍ୟାଙ୍କର ଇତିମଧ୍ୟରେ ପହଞ୍ଚି ସାରିଛି। ତେବେ ଉକ୍ତ ଟ୍ୟାଙ୍କରରେ ଆସିଥିବା ପେଟ୍ରୋଲିୟମ ସାମଗ୍ରୀ ସମୁଦ୍ରକୁ ଶଙ୍ଖେ ପାଣି ପରି କାର୍ୟ୍ୟ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇତିମଧ୍ୟରେ ଲୋକସଭାକୁ ସମ୍ବୋଧିତ କରି କହିଛନ୍ତି ଯେ ଦେଶରେ ପେଟ୍ରୋଲିୟମ ସାମଗ୍ରୀ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି।
    ଦେଶବାସୀ ଏହାକୁ ନେଇ ବିବ୍ରତ ନ ହେବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ତେବେ ସୂଚନା ଅଧିକାର ଆଇନ ଅନୁଯାୟୀ ପେଟ୍ରୋଲିୟମ ମନ୍ତ୍ରଣାଳୟ ଯେଉଁ ରିପୋର୍ଟ ଦେଇଛି, ତାହା ବାସ୍ତବିକ ଉଦବେଗଜନକ। ଆବଶ୍ୟକତା ପୂରଣ କରିବାକୁ ୧୦ ଦିନ ପାଇଁ ପେଟ୍ରୋଲିୟମ ସାମଗ୍ରୀ ମହଜୁଦ ରହିଛି ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ବର୍ତ୍ତମାନ ଦେଶରେ ୫୩ ଲକ୍ଷ ମେଟ୍ରିକ୍‌ ଟନ ପେଟ୍ରୋଲିୟମ ସାମଗ୍ରୀ ଗଚ୍ଛିତ ରହିଛି। ଏଥିମଧ୍ୟରୁ ବିଶାଖାପାଟଣାରେ ୧.୩୩, ମାଙ୍ଗାଲୋରରେ ୧.୫ ଏବଂ କର୍ଣ୍ଣାଟକର ପାଦୁରରେ ୨.୫ ମେଟ୍ରିକ ଟନ ମହଜୁଦ ରହିଛି।

    ଦେଶରେ ବର୍ତ୍ତମାନ ୩୩ ଲକ୍ଷ ମେଟ୍ରିକ ଟନ ଅଣବିଶୋଧିତ ତୈଳ ମହଜୁଦ ରହିଛି ଯାହା ଗଚ୍ଛିତ ପରିମାଣର ୬୪ ପ୍ରତିଶତ। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ଅଣବିଶୋଧିତ ତୈଳ ଆମଦାନୀ କରିଥାଏ। ଯଦି ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତୈଳ/ଗ୍ୟାସ ଯୋଗାଣ କ୍ରମାଗତ ଭାବେ ବାଧାପ୍ରାପ୍ତ ହୁଏ, ତେବେ ଘ​‌େ​‌ରାଇ ଚାହିଦା ପୂରଣ କରିବା କଷ୍ଟକର ହୋଇପଡିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook