Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୂଆ କରୋନା ଭାରିଆଣ୍ଟ ପ୍ରଭାବ, ୧୧% ଖସିଲା ଅଶୌଧିତ ତୈଳ

    Share on :
    ajab-Image
    Date: Nov 29, 2021    Views: 3315

    ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ ଏହା ବିଶ୍ୱ କମୋଡିଟି ବଜାରକୁ ଚହଲାଇ ଦେଇଛି । ସେୟାର ବଜାରରୁ ଆରମ୍ଭ କରି କମୋଡିଟି ବଜାର ପର୍ଯ୍ୟନ୍ତ ସବୁକିଛି ନିମ୍ନମୁଖୀ । ବିଶ୍ଳେଷକଙ୍କ କହିବାନୁସାରେ, ଯଦି କରୋନାର ନୂଆ ଭାରିଆଣ୍ଟ ଯୋଗୁଁ ବିଶ୍ୱ ତୈଳ ଚାହିଦା ଖସେ ଏହାକୁ ସମ୍ଭାଳିବା କଷ୍ଟକର ହେବ । ଆଶଙ୍କା ମଧ୍ୟରେ ଶୁକ୍ରବାର ବ୍ରେଣ୍ଟ କ୍ରୁଡ ଦର  ୧୧.୫୫% ଖସି ଯାଇଛି । ଏପି୍ରଲ ୨୦୨୦ରୁ ଏହା ସର୍ବୋଚ୍ଚ ଦୈନିକ ହ୍ରାସ । ବ୍ୟାରେଲ ପିଛା ବ୍ରେଣ୍ଟ କ୍ରୁଡ ଦର ୯.୫୦ ଡଲାର ହ୍ରାସ ପାଇ ୭୨.୭୨ ଡଲାରକୁ ଖସି ଆସିଛି । ସେହିଭଳି ଆମେରିକୀୟ ବେଞ୍ଚମାର୍କ ଡବ୍ଲୁ୍ୟଟିଆଇ କ୍ରୁଡ ବ୍ୟାରେଲ ପିଛା ୧୦.୨୪ ଡଲାର ଅର୍ଥାତ ୧୩.୦୬% ହ୍ରାସ ପାଇ ୬୮.୧୫ ଡଲାର ହୋଇଯାଇଛି । କିନ୍ତୁ ଏହାର କୌଣସି ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିନାହିଁ ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook