Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚିନ୍ତାଜନକ ତଥ୍ୟ: ଓଡ଼ିଶା ହାଇକୋର୍ଟରେ ପଡ଼ିରହିଛି ଏତକ ମାମଲା

    Share on :
    ajab-Image
    Date: Jun 23, 2022    Views: 3690

    କଟକ: ୨୦୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ପଡ଼ି ରହିଛି ୧ ଲକ୍ଷ ୭୩ ହଜାର ୫୧୦ ମାମଲା। ଏହା ପରେ ଦାଏର ହୋଇଛି ୧ ଲକ୍ଷ ୨୮ ହଜାର ୯୪୩ଟି ନୂଆ କେସ୍‌। ତେବେ ତା’ ଭିତରୁ ୧ ଲକ୍ଷ ୫ ହଜାର ୩୩୪ ମାମଲାର ଫଇସଲା ହୋଇଛି। ୨୦୨୧ ମସିହା ଶେଷ ସୁଦ୍ଧା ୧ ଲକ୍ଷ ୯୭ ହଜାର ୧୧୯ ମାମଲା ଏବେବି ପଡିରହିଛି। ରାଜ୍ୟ ନ୍ୟାୟପାଳିକାର ପ୍ରଦର୍ଶନ ନେଇ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି।

    ବିଚାର ନହୋଇ ଦୀର୍ଘ ଦିନ ଧରି ମାମଲା ପଡ଼ିରହିବା ଓ ଜିଲ୍ଲା ଜଜ୍‌ଙ୍କୁ ଠିକରେ ମାମଲା ବଣ୍ଟନ ନହେବା ଏବଂ କୋର୍ଟଙ୍କ ରହିତାଦେଶ ନିର୍ଦ୍ଦେଶ ଠିକରେ କାର୍ୟ୍ୟକାରୀ କରାନଯିବା ଭଳି ଚିନ୍ତାଜନକ ତଥ୍ୟ ରିପୋର୍ଟରେ ସାମ୍ନାକୁ ଆସିଛି। ୨୦୨୧ ମସିହାର ଏହି ରିପୋର୍ଟରେ କୁହାଯାଇଛି ଯେ, କୋର୍ଟରେ ମାମଲା ବଢିବା ଦ୍ୱାରା ନ୍ୟାୟପାଳିକା ଉପରେ ଲୋକଙ୍କ ଆସ୍ଥା ବଢୁଥିବା ସୂଚାଉଛି। ମାତ୍ର ବହୁ କେସ୍‌ରେ ବିଚାର ହୋଇନପାରିବା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଥି ସହିତ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟାନାଲ ଉଚ୍ଛେଦ ହେବା ପରେ ଏଠିକାର ପ୍ରାୟ ୪୦ ହଜାର ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଛି। ଯାହା କି ହାଇକୋର୍ଟଙ୍କ ଭାର ବଢାଇଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook