Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁବାଇ ଗଲା ଓଡ଼ିଶା ରସୁଣ ଓ ବିନ୍ସ

    Share on :
    ajab-Image
    Date: Dec 26, 2025    Views: 2558

    ଭୁବନେଶ୍ୱର: ପ୍ରଥମ ଥର ପାଇଁ ଦୁବାଇ ଗଲା ଓଡ଼ିଶା ରସୁଣ ଓ ବିନ୍ସ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ରାଜ୍ୟ ଉଦ୍ୟାନ କୃଷି ବିଭାଗ ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଯୋଗାଇବା ଦ୍ୱାରା ଏହି ସଫଳତା ସମ୍ଭବ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।
    ଅପରପକ୍ଷେ ଚାଷୀମାନଙ୍କ ଉତ୍ପାଦିତ ସାମ୍ରଗୀକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଏଗ୍ରି ବିଜିନେସ୍ ଷ୍ଟାର୍ଟଅପ୍ ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଯାହା ଦ୍ୱାରା ଓଡ଼ିଶାରୁ ସାରା ବିଶ୍ୱକୁ କୃଷି ଉତ୍ପାଦ ସାମଗ୍ରୀ ରପ୍ତାନି ପାଇଁ ନୂଆ ପଥ ଖୋଲିଛି । ତେବେ ଦୁବାଇକୁ ସାମଗ୍ରୀ ପଠାଯିବା ବେଳେ ଭିଲାମାର୍ଟର ପ୍ରତିଷ୍ଠାତା ଏବଂ ସିଇଓ ଡ.ରମେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଚାଷୀଙ୍କ ପାଇଁ ନୂଆ ରାସ୍ତା ପ୍ରଶସ୍ତ ହୋଇଛି । ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ମୋଟା ଅଙ୍କର ଦାମ ପାଇପାରିବେ । ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ସହିତ ନୂଆ କୃଷି ରପ୍ତାନି ନୀତି ପ୍ରସ୍ତୁତ କରିବାରେ ଏହା ସହାୟକ ହେବ । ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଦୃଷ୍ଟିକୋଣ ସଫଳ ହୋଇପାରିବ । ଓଡ଼ିଶା ପରିବା ଦୁବାଇକୁ ପଠାଯିବା ବେଳେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର, ଭିଲାମାର୍ଟର ପ୍ରତିଷ୍ଠାତା ଏବଂ ସିଇଓ ଡ. ବିଶ୍ୱାଳ ଏବଂ ପାଲାଡିୟମ୍ ଇଣ୍ଡିଆର କୃଷି ବ୍ୟବସାୟ ବିଶେଷଜ୍ଞ ସୌମ୍ୟରଞ୍ଜନ ସାହୁ ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook