Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡ଼ି ଲିଙ୍କରେ କଂଗ୍ରେସ ନେତା, ଚେଲ୍ଲାକୁମାରଙ୍କ ପାଖେ ତାଲିକା

    Share on :
    ajab-Image
    Date: Nov 3, 2021    Views: 5294

    ଭୁବନେଶ୍ୱର : ଏବେ ଆକ୍ସନ ମୁଡରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର  । ଶୃଙ୍ଖଳା ଓ ଅନୁଶାସନ ଅଭାବରୁ ଦଳର ସଂଗଠନ ଘୁଣ ଖାଉଥିବାରୁ ଚେଲ୍ଲାକୁମାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି  ।  ସଂଗଠନକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦୁର୍ବଳ କରୁଥିବା ନେତାମାନଙ୍କୁ ସେ କଡା ଚେତାବନୀ ଦେଇଛନ୍ତି  । ଯେଉଁ ନେତାମାନେ ବିଜେଡ଼ି ସହ ଲିଙ୍କରେ ଅଛନ୍ତି ସେମାନେ ତୁରନ୍ତ ଦଳ ଛାଡନ୍ତୁ ବୋଲି ଆହ୍ୱାନ ଦେଇ କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ଚେଲ୍ଲାକୁମାର  । 

    ଦଳୀୟ ନେତାମାନଙ୍କ ସହ ଆଲୋଚନା କାଳରେ ଚେଲ୍ଲାକୁମାର କହିଛନ୍ତିଯେ, ଦଳର କେଉଁ କେଉଁ ନେତାମାନେ ବିଜେଡ଼ି ସହ ଯୋଗାଯୋଗରେ ଅଛନ୍ତି ତାହାର ତାଲିକା ତାଙ୍କ ପାଖରେ ରହିଛି  ।  ବିଜେଡ଼ି ସହ ଯୋଗସୂତ୍ରରେ ରହି ସେମାନେ ଦଳର କ୍ଷତି କରିବାକୁ ଚାହୁଁଛନ୍ତି  । ସେହି ନେତାଙ୍କ ଉପରେ ଦଳୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ନିଜ ଆଡ଼ୁ ଦଳ ଛାଡ଼ିବାକୁ ଚେଲ୍ଲାକୁମାର ରୋକଠୋକ ଭାବେ କହିଛନ୍ତି  । ଦଳର ସଂଗଠନ ସୁଦୃଢ଼ ପାଇଁ ଶୃଙ୍ଖଳାକୁ ଏଆଇସିସି ସଭାପତି ସୋନିଆ ଗାନ୍ଧୀ ଗୁରୁତ୍ୱାରୋପ କରୁଛନ୍ତି  । ତେଣୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ନେତାଙ୍କ ବିରୋଧରେ ଶୃଙ୍ଖଳାର ଛାଟ ବାଜିବ ବୋଲି ସେ କଡା ଚେତାବନୀ ଦେଇଛନ୍ତି  ।
    ସେହିପରି ଦଳୀୟ ସାଂଗଠନିକ ସ୍ଥିତି ସଂକ୍ରାନ୍ତରେ ନେତାଙ୍କ ଭିତରେ ବିବାଦ ପରିଲକ୍ଷିତ ହୋଇଛି  । ଏପରିକି ଅନେକ ନେତା ଗଣମାଧ୍ୟମରେ ପରସ୍ପର ବିରୋଧରେ ମତାମତ ବି ଦେଉଛନ୍ତି  । ଦଳୀୟ ବିବାଦ ଦଳୀୟ ଫୋରମରେ ସମାଧାନ ନକରି ଗଣମାଧ୍ୟମକୁ ଅଣାଯାଉଥିବାରୁ ତାହା ସଂଗଠନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି  । ତେଣୁ ଦଳୀୟ ସଂଗଠନକୁ ନେଇ ଯଦି କୌଣସି ନେତାଙ୍କ ମଧ୍ୟରେ ବିବାଦ ଥିବ ତେବେ ତାହାକୁ ଦଳୀୟ ଫୋରମରେ ଜଣାଇବା ପାଇଁ ସେ ତାଗିଦ କରିଛନ୍ତି  । ଏହାର ଉଲ୍ଲଂଘନ କରି ଯେଉଁମାନେ ଗଣମାଧ୍ୟମରେ ମନଇଚ୍ଛା ମତାମତ ଦେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି  । ଯାହା ଏବେ ଅନେକ ନେତାଙ୍କ ମନରେ ଭୀତି ସଂଚାର କରିଛି  । ଅପରପକ୍ଷରେ ଚେଲ୍ଲୁାକୁମାରଙ୍କ ଏଭଳି ମନ୍ତବ୍ୟ ପରେ ଦଳର ଅନେକ ନେତା ଖୁସି ଜାହିର କରିଛନ୍ତି  । ଦଳରେ ରହି ଦଳର କ୍ଷତି କରୁଥିବା ନେତାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଦଳ ଆଗକୁ ବଢ଼ିପାରିବ ବୋଲି ଚର୍ଚ୍ଚା ହେଉଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook