Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଷ୍ଟ୍ରୀୟ ବେରୋଜଗାର ଦିବସ ବିକ୍ଷୋଭ

    Share on :
    ajab-Image
    Date: Sep 18, 2021    Views: 5512

    ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ପକ୍ଷରୁ  ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନ ଛକରେ ରାଜ୍ୟ ସଭାପତି ସତ୍ୟବ୍ରତ ନାୟକଙ୍କ ନେତୃତ୍ୱରେ ଶତାଧିକ ଯୁବକ ଓ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି  । ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନ ଘୋଷଣା ପତ୍ରରେ ଭାରତ ବର୍ଷରେ ପ୍ରତିବର୍ଷ ୨ କୋଟି ବେକାର ଯୁବକଯୁବତୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଦେବାକୁ ଘୋଷଣା କରିଥିଲେ  । କିନ୍ତୁ ୬ ବର୍ଷ ପ୍ରଧାନମନ୍ତ୍ରୀତ୍ୱରେ କୋ÷ଣସି ନିଯୁକ୍ତି ଦେଲେ ନାହିଁ । ଏହା ଭିତରେ ୨ ଥର ଶାସନ କ୍ଷମତାକୁ ଆସି ମିଛ ପ୍ରତିଶ୍ରୁତି ଦେଇ କ୍ଷମତା ଉପଭୋଗ କରିସାରିଲେଣି । ଏପର୍ଯ୍ୟନ୍ତ ସୁଦ୍ଧା ଭାରତ ବର୍ଷରେ ବି କୋ÷ଣସି ନିଯୁକ୍ତି ଦେଇନାହାନ୍ତି ।  ବର୍ତମାନ ଭାରତ ବର୍ଷର ଜନସାଧାରଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ସମୟରେ ଘରୋଇ କ୍ଷେତ୍ର ଏବଂ ଆଇ.ଟି. ସେକ୍ଟରରେ କୋଟି କୋଟି ଯୁବକ କର୍ମ ହରାଇ ବେରୋଜଗାର ହୋଇଛନ୍ତି । ତେଣୁ ଆଜି ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଯୁବ ଶାଖା ପକ୍ଷରୁ ରାଷ୍ଟ୍ରୀୟ ବେରୋଜଗାର ଦିବସ ରୂପେ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଭୁବନେଶ୍ୱର ଯୁବ ଶାଖା ସଭାପତି ଜୟକୃଷ୍ଣ ମାଲିଆ, ସୁକୁମାର ଦେଇ, ବିନୋଜ କୁମାର ରାଉତ, ନଳିନୀକାନ୍ତ ନାୟକ, ପୁଲିନ୍‌ ମହାପାତ୍ର, ଦେବେନ୍ଦ୍ର ପ୍ରସାଦ ଦାସ, ମଂଟୁ ମଲ୍ଲିକ, ବୈଲୋଚନ ସାମଲ, ଆଶିଷ ସ୍ୱାଇଁ, ସରୋଜ ମହାପାତ୍ର, ଶ୍ରୀଧର ସାହୁ, ସର୍ବଜିତ୍‌ ପୃଷ୍ଟି, ଗିନି ସ୍ୱାଇଁ, କୁନି ସ୍ୱାଇଁ, ଗୋ÷ରୀ ସ୍ୱାଇଁ ଓ ତଇ ସ୍ୱାଇଁ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । 

    Maximum 500 characters

    ରାଜନୀତି View all

    Find Us on Facebook