ମୁଖ୍ୟ ଖବର
ରାଜ୍ୟ ସରକାର ନିଜସ୍ୱ ଟିକସ ବାବଦରେ ୩୭୫୦୦ କୋଟି ଟଙ୍କା, ରାଜ୍ୟ ଅଣ ଟିକସରୁ ୨୦ ହଜାର କୋଟି ଟଙ୍କା, ଟିକସ ଆଂବଟନରୁ ୩୦୧୩୬ କୋଟି ୬୮ ଲକ୍ଷ ଟଙ୍କା, କେନ୍ଦ୍ରରୁ ଅନୁଦାନ ବାବଦରେ ୩୭୯୬୩ କୋଟି ୩୨ ଲକ୍ଷ ଟଙ୍କା, ଋଣ ପରିଶୋଧ ବାବଦରେ ୪୧୪ କୋଟି ଟଙ୍କା, ବିଭିନ୍ନ ସୂତ୍ରରୁ ଋଣ ବାବଦରେ ୪୦୯୮୬ କୋଟି ଟଙ୍କା ଓ ପ୍ରୋଭିଡେଂଟ ଓ ଅନ୍ୟ ପାଣ୍ଠିରୁ ୩ ହଜାର କୋଟି ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ଅପରପକ୍ଷରେ ଦରମା, ପେନସନ ଓ ଅନ୍ୟ ରାଜସ୍ୱ ବ୍ୟୟ ବାବଦରେ ୧ ଲକ୍ଷ ୧୫୬୭ କୋଟି ଟଙ୍କା ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି । ସେହିପରି ପୁଞ୍ଜି କ୍ଷେତ୍ରରେ ୨୫୭୮୭ କୋଟି ୮୦ ଲକ୍ଷ ଟଙ୍କା, ସୁଧ ବାବଦରେ ୮ ହଜାର କୋଟି ଟଙ୍କା, ଋଣ ପରିଶୋଧ ନିମନ୍ତେ ୧୧୨୪ କୋଟି ଟଙ୍କା, ବିପର୍ଯ୍ୟୟ ପରିଚାଳନା ପାଇଁ ୩୦୫୦ କୋଟି ଟଙ୍କା ଓ ରାଜ୍ୟରୁ ହସ୍ତାନ୍ତରିତ ଅର୍ଥ ବାବଦରେ ୬୯୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଟଙ୍କାଟିଏ ଆସିବ କେମିତି
ରାଜ୍ୟ ଟିକସ : ୨୨.୦୬
ରାଜ୍ୟ ଅଣଟିକସ : ୧୧.୭୬
ଟିକସ ଅଂଶ : ୧୭.୭୩
କେନ୍ଦ୍ରୀୟ ଅନୁଦାନ : ୨୨.୩୩
ଋଣ ଆଦାୟ : ୦.୨୪
ବିଭିନ୍ନ ସୂତ୍ରରୁ ଋଣ : ୨୪.୧୧
ପ୍ରୋଭିଡେ଼ଂଟ ଓ ଅନ୍ୟ ପାଣ୍ଠି : ୧.୭୬
ଟଙ୍କାଟିଏ ଖର୍ଚ୍ଚ ହେବ କେମିତି
ଦରମା, ପେନସନ ଓ ଅନ୍ୟ ବ୍ୟୟ : ୫୯.୭୫
ପୁଞ୍ଜି ବ୍ୟୟ : ୧୫.୧୭
ସୁଧ ପରିଶୋଧ : ୪.୭୧
ଋଣ ପରିଶୋଧ : ୧୩.୮୪
ଋଣ ଆବଂଟନ : ୦.୬୬
ବିପର୍ଯ୍ୟୟ ପରିଚାଳନା : ୧.୭୯
ରାଜ୍ୟରୁ ହସ୍ତାନ୍ତର : ୪.୦୯
Comments ସମସ୍ତ ମତାମତ