Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ କୃତିତ୍ବ: ଖୋ-ଖୋରେ ଉପବିଜେତା ଓଡ଼ିଶା

    Share on :
    ajab-Image
    Date: Jan 23, 2026    Views: 2363

    ଭୁବନେଶ୍ବର :୬୯ ତମ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀଙ୍କ ସଫଳତା । ଦେଶର ବିଭିନ୍ନ ସ୍ଥାନରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ବିଦ୍ୟାଳୟ ସମୂହ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି । ଏକାକାଳୀନ ଝାଡଖଣ୍ଡସ୍ଥିତ ରାଞ୍ଚି, ପଶ୍ଚିମବଙ୍ଗସ୍ଥିତ କୋଲକାତା, ରାଜସ୍ଥାନର ପଟେଲ୍ ଷ୍ଟାଡ଼ିୟମଠାରେ ସାଇକେଲିଂ, ଜିମ୍ନାଷ୍ଟିକ୍ ଓ ଖୋ-ଖୋ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତାରେ ଓଡ଼ିଶା ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । 

    ରାଞ୍ଚିଠାରେ ସାଇକେଲିଂ ୧୪ ବର୍ଷରୁ କମ୍ ବାଳିକା ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲା ବାରିକପୁର ଉଚ୍ଚ ବିଦ୍ୟାଳୟର ସସ୍ମିତା ପଣ୍ଡା ୬ କିମି ଟାଇମ୍ ଟ୍ରେଲ୍ ରେ ରୌପ୍ୟ ପଦକ ହାସଲ କରିଥିବା ବେଳେ ୫୦୦ ମିଟର ଟ୍ରାକ୍ ରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେହିପରି କୋଲକାତାରେ ଆୟୋଜିତ ଜିମ୍ନାଷ୍ଟିକ୍ ୧୭ ବର୍ଷରୁ କମ୍ ବାଳକ-ବାଳିକା ପ୍ରତିଯୋଗିତାରେ  ପୁରୀ ଜିଲ୍ଲା ସ୍କୁଲର ଅଂଶୁମାନ ସୁନ୍ଦରା ଓ ଦାନ ଲକ୍ଷ୍ମୀ ରାଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏଥିସହ ରାଜସ୍ଥାନରେ ଆୟୋଜିତ ଖୋ-ଖୋ ୧୪ ବର୍ଷରୁ କମ୍ ବାଳକ-ବାଳିକା ପ୍ରତିଯୋଗିତାରେ ଓଡ଼ିଶା ଫାଇନାଲରେ ଉପବିଜେତା ହୋଇଛି ।   

    ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ରାଞ୍ଚିରେ ୧୬ ଜଣ, କୋଲକାତାରେ ୧୪ ଜଣ, ଖୋ-ଖୋରେ ୨୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।  

    Maximum 500 characters

    ଖେଳ ଖବର View all

    Find Us on Facebook