ମୁଖ୍ୟ ଖବର
କଟକ: ଆଗାମୀ ଆଇପିଏଲରେ ନଜର ଆସିପାରନ୍ତି ଜଣେ ଓଡିଆ ଖେଳାଳି । ଓଡିଶା କ୍ରିକେଟ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କୁ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପରକିଙ୍ଗସର ଡାକରା । ସିଏସକେର ଟ୍ରାଏଲରେ ଯୋଗ ଦେବାକୁ ଚୟନ ହୋଇଛନ୍ତି ଶୁଭ୍ରାଂଶୁ ।
ଚେନ୍ନାଇ ସୁପରକିଙ୍ଗସ ଶିବିରରେ ଖୁବ ଶୀଘ୍ର ସାମିଲ ହେବେ ଶୁଭ୍ରାଂଶୁ । ଚଳିତ ବିଜୟ ହଜାର ଟ୍ରଫିରେ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ବେଶ ଉଚ୍ଚକୋଟୀର ଥିଲା । ପ୍ରଦର୍ଶନ ଆଧାରରେ ସୁପରକିଙ୍ଗସ ପକ୍ଷରୁ ଶୁଭ୍ରାଂଶୁଙ୍କୁ ଏହି ସୁଯୋଗ ଦିଆଯିବ । ହିମାଚଳ ପ୍ରଦେଶ ବିପକ୍ଷରେ ସେ ୫୭ ବଲରୁ ଧୂଆଁଧାର ୮୧ ରନ୍ କରିଥିଲେ । ବିଜୟ ହଜାରେ ଟ୍ରଫିରେ ସେ ୫ଟି ମ୍ୟାଚ ଖେଳି ୬୮.୭୫ ରନ ଆଭରେଜରେ ୨୭୫ ରନ ସଂଗ୍ରହ କରିଥିଲେ । ଏଥିରେ ଗୋଟିଏ ଶତକ ୨ଟି ଅର୍ଦ୍ଧଶତକ ସାମିଲ ଅଛି ।ଆନ୍ଧ୍ରପ୍ରଦେଶ ବିପକ୍ଷରେ ୧୧୬ ଶତକୀୟ ପାଳି ଖେଳିଥିଲେ । ଏହାଛଡା ଗତ ସୟଦ ମୁସ୍ତାକ ଅଲ୍ଲୀ ଟି- ଟ୍ବେଣ୍ଟିରେ ମଧ୍ୟ ତାଙ୍କର ପ୍ରଦର୍ଶନ ଭଲ ରହିଥିଲା । ୫ଟି ମ୍ୟାଚ ଖେଳି ୧୩୮ ରନ ସଂଗ୍ରହ କରିଥିଲେ ଶୁଭ୍ରାଂଶୁ । ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଥିଲା ।
Comments ସମସ୍ତ ମତାମତ