Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶପଥ ନେଲେ ନୂଆ ଛାତ୍ର ନେତା: ୩୪୫ କଲେଜ ଏବଂ ୧୩ ବିଶ୍ଵବିଦ୍ୟାଳୟରେ ଶପଥ ଗ୍ରହଣ

    Share on :
    ajab-Image
    Date: Oct 16, 2026    Views: 2198

    ଭୁବନେଶ୍ଵର : ଶପଥ ନେଲେ ନୂଆ ଛାତ୍ର ନେତା । ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ନୂଆ ଛାତ୍ରନେତାମାନେ ଆନୁଷ୍ଠାନିକ ଭାବେ ଶପଥ ନେଇଛନ୍ତି । ରାଜ୍ୟର ୩୪୫ଟି କଲେଜ ଏବଂ ୧୩ଟି ବିଶ୍ଵବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଚାଲିଛି । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିଲା । ଚଳିତ ବର୍ଷ ପୁନର୍ବାର ନିର୍ବାଚନ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧିଙ୍କୁ ଚୟନ କରିଛନ୍ତି ।

    ଏହି କ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ନବନିର୍ବାଚିତ ଛାତ୍ର ନେତାଙ୍କ ଶପଥ ଗ୍ରହଣ ଉତ୍ସବ ଆୟୋଜନ ହୋଇଛି । ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ନିର୍ବାଚିତ ଛାତ୍ର ନେତା ଶପଥ ଗ୍ରହଣ କରିଛନ୍ତି । BCJDର ସଭାପତି ବିଶ୍ବଜିତ ସାହୁ, ABVPର ସମ୍ପାଦକ ତାପସ କୁମାର ନାୟକଙ୍କ ସମେତ ଅନ୍ୟ ବିଜୟୀ ଛାତ୍ରନେତା ଆନୁଷ୍ଠାନିକ ଭାବେ ଗୋପନୀୟତାର ଶପଥ ପାଠ କରିଛନ୍ତି । ବିଶ୍ବବିଦ୍ୟାଳୟ କୁଳପତିଙ୍କ ସମେତ ବରିଷ୍ଠ ଅଧ୍ୟାପକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

    ସେହିପରି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଶପଥ ନେଲେ ନୂଆ ନେତା । ସଭାପତି ଭାବେ ସନ୍ତୋଷ କୁମାର ପୁଣ୍ଡି, ଉପସଭାପତି ଆମ୍ବେଦକର ବୀର, ସମ୍ପାଦକ ଭାବେ ଦୁର୍ଗା ପ୍ରାସାଦ ଗୌଡ଼ ଶପଥ ନେଇଛନ୍ତି । ବିଜୟୀ ଛାତ୍ର ନେତାଙ୍କୁ ଗୋପନୀୟତାର ସହ ଶପଥ ପାଠ କରାଇଛନ୍ତି ବିଶ୍ୱବିଦ୍ୟାଳୟର ଦାୟିତ୍ୱରେ ଥିବା ଅଧିକାରୀ ।

    Maximum 500 characters

    ରାଜନୀତି View all

    Find Us on Facebook