Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ ଗିରଫ

    Share on :
    ajab-Image
    Date: Jun 13, 2026    Views: 3043

    କଟକ/ବାରଙ୍ଗ: ବାଲେଶ୍ୱର ମେଡିକାଲ୍ କଲେଜ ଛାତ୍ରୀ ମୟୂରଭଞ୍ଜର ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମ୍ଙ୍କ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ଓଏଏସ୍ ପ୍ରେମିକ ଭୀମ୍‌ସେନ ଟୁଡୁ  ଗିରଫ।  ତେବେ କେଉଁ ପରିସ୍ଥିତି ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରିକା ମୃତ୍ୟୁ କଣ ରହସ୍ୟ ? ଚନ୍ଦ୍ରିକାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ କି? ଆତ୍ମହତ୍ୟା ପାଇଁ ଭୀମସେନ୍ ଟୁଡୁ ଉସକାଇଥିଲେ କି ? ଏମିିତି ଅନେକ ପ୍ରଶ୍ନ ଉପର ପରଦା ହଟାଇବାକୁ ଓଏଏସ୍ ପ୍ରେମିକଙ୍କୁ ଜେରା କରିବ ପୁଲିସ। ପରବର୍ତ୍ତୀ ସମୟରେ କଟକ ଡିସିପି ଏକ ପ୍ରେସ୍ ମିଟ୍ କରିପାରନ୍ତି ବୋଲି ସୂଚନା ମିଳିଛି।
    ଚନ୍ଦ୍ରିକାଙ୍କ ମୃତଦେହ ଗତ ୪ ତାରିଖ ସକାଳୁ କାଠଯୋଡ଼ିର ନେତାଜୀ ସେତୁ ତଳୁ ମିଳିବା ପରଠୁ ଭୀମ୍‌ସେନ୍ ଫେରାର୍ ଥିଲେ । ତାଙ୍କୁ ବାରଙ୍ଗ ଥାନା ପୁଲିସ କଟକ ନେଇ ଆସୁଛି । ଝିଅ ଚନ୍ଦ୍ରିକାଙ୍କ ମୃତ୍ୟୁ ପାଇଁ ଭୀମ୍ସେନ୍ ଦାୟୀ ବୋଲି ମାଆ ହୀରାମଣି ହାଂସଦା ଏତଲାରେ ଉଲ୍ଲେଖ କରିଥିଲେ । ଭୀମ୍‌ସେନ୍‌ଙ୍କୁ ଧରିବା ପାଇଁ ତାଙ୍କର ତାଲିମ ସେଣ୍ଟର୍, ଭୁବନେଶ୍ୱର ମେସ୍, ମୟୂରଭଞ୍ଜ ଘରେ ମଧ୍ୟ ପୁଲିସ ଚଢ଼ଉ କରିଥିଲା । ମାତ୍ର ଭୀମ୍ସେନ୍ ଧରାପଡ଼ିନଥିଲେ । ଦୁଇ ଦିନ ତଳେ ଭୀମ୍ସେନ୍ ଆଗୁଆ ଜାମିନ୍ ପାଇଁ ଓଡ଼ିଶା ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଶୁକ୍ରବାର ସନ୍ଧ୍ୟାରେ ମୟୂରଭଞ୍ଜରେ ଥିବା ଏକ ପୁଲିସ ଟିମ୍ ଭୀମ୍‌ସେନ୍‌ ଧରିବାରେ ସଫଳ ହୋଇଛି ।

    ପୁଲିସ କହିଛି ଯେ, ଭୀମସେନ୍ ଭୁବନେଶ୍ୱରରୁ ଫେରାର୍ ପରେ ଏକାଧିକ ସ୍ଥାନରେ ଲୁଚିଥିଲେ । ଏପରିକି ସେ କିଛିଦିନ ପାଇଁ ଜାମସେଦପୁର ମଧ୍ୟ ପଳାଇଥିଲେ । ସେହିପରି ମୟୂରଭଞ୍ଜର ଝାରପୋଖରିଆ ଅଞ୍ଚଳର ଜାନକୀଦେଇପୁର, ବାଦାମପାହାଡ଼ର ତଳପତି ଅଞ୍ଚଳରେ ନିଜର କିଛି ସମ୍ପର୍କୀୟଙ୍କ ଘରେ ଲୁଚିଥିଲେ । ଏହା ପୁଲିସ ଟିମ୍ ଜାଣିବା ପରେ ଭୀମ୍‌ସେନ୍‌ଙ୍କୁ ଶରଣ ଦେଇଥିବା ୩ ଯୁବକଙ୍କୁ ଶୁକ୍ରବାର ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।

    ଅଭିଯୁକ୍ତ ହେଉଛନ୍ତି ଝାରପୋଖରିଆର ମାନୁ ସୋରେନ୍(୪୫), ଜାମସେଦପୁରର ସୁନିଲ୍ ମୁର୍ମୁ(୩୩) ଓ ବାଦାମପାହାଡ଼ର ଲୁଚ୍‌ମୋହନ ହେମ୍ବ୍ରମ୍(୨୯) । ସମସ୍ତଙ୍କୁ ବିଏନ୍ଏସ୍ର ଧାରା ୧୦୮, ୨୪୯(ବି), ୩(୫)ରେ ଗିରଫ କରାଯାଇଛି । ମୂଳ ମାମଲାଟି ବିଏନ୍ଏସ୍ର ୧୦୮ ଧାରା ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରର୍ବତ୍ତାଇବା ପାଇଁ ହୋଇଥିବା ବେଳେ ଏଥିରେ ୨୪୯(ବି) ଅର୍ଥାତ୍ କୌଣସି ଅଭିଯୁକ୍ତକୁ ଶରଣ ଦେବା ଧାରା ଯୋଡ଼ାଯାଇଛି ।

    ପ୍ରକାଶଯୋଗ୍ୟ, ଗତ ୪ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ବାରଙ୍ଗ ଥାନା ପୁଲିସ ଚନ୍ଦ୍ରିକାଙ୍କ ମୃତଦେହ ଜବତ କରିଥିଲା । ମୃତଦେହ ମିଳିବା ପରେ ପରିବାର ଲୋକ ଏହି ମୃତ୍ୟୁ ପାଇଁ ଚନ୍ଦ୍ରିକାଙ୍କ ଓଏଏସ୍ ପ୍ରେମିକ ଭୀମସେନ୍ ଟୁଡୁ ଓ ତାଙ୍କର ଜଣେ ଝିଅ ସାଙ୍ଗକୁ ଦାୟୀ କରିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook