ମୁଖ୍ୟ ଖବର
ଭୁବନେଶ୍ୱର: ପ୍ରକାଶ ପାଇଛି ଓପିଏସସି ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍(ଓସିଏସ୍) ୨୦୨୪ ପରୀକ୍ଷା ରେଜଲ୍ଟ । ଓଡ଼ିଶା ଲୋକ ସେବା ଆୟୋଗ ପକ୍ଷରୁ ମଙ୍ଗଳବାର ପରୀକ୍ଷା ଫଳ ଘୋଷଣା କରାଯାଇଛି । ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୮ ଜଣ ମହିଳା ଅଛନ୍ତି ।
ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୬ ଜଣ ପୁଅ ଥିବା ବେଳେ ୪ ଜଣ ଝିଅ ଅଛନ୍ତି । ବୁବୁନ ସାହୁ ଓସିଏସ୍ ଟପ୍ପର ହୋଇଛନ୍ତି । ଦ୍ୱିତୀୟରେ ଶୋଭନା ମହାନ୍ତି,ତୃତୀୟରେ ଜିତାମିତ୍ର ସାହୁ,ଚତୁର୍ଥରେ କନକ ଜୈନ,ପଞ୍ଚମରେ ସଂଗ୍ରାମ ପ୍ରଧାନ ଅଛନ୍ତି । ସେହିପରି ଷଷ୍ଠ ସ୍ଥାନରେ ଅମନ ଗୋୟଲ,ସପ୍ତମ ସ୍ଥାନରେ ଶାନ୍ତନୁ କୁମାର ଶତପଥୀ,ଅଷ୍ଟମ ସ୍ଥାନରେ ନୀତେଶ କୁମାର ବାରିକ,ନବମ ସ୍ଥାନରେ ଶୀତଲ ପାତ୍ର ଏବଂ ଦଶମ ସ୍ଥାନରେ ଇତିଶ୍ରୀ ଜେନା ଅଛନ୍ତି । ଅଣସଂରକ୍ଷିତ ବର୍ଗରୁ ୭୦ ଜଣ OAS ପାଇଥିବା ବେଳେ SEBCରୁ ୩୫ ଜଣ, SCରୁ ୪୫ ଏବଂ STବର୍ଗରୁ ୫୦ ପ୍ରାର୍ଥୀ ସଫଳ ହୋଇଛନ୍ତି ।
ଗତ ଜାନୁଆରୀ ୩୧ରୁ ଫେବୃଆରୀ ୧୦ରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହା ପରେ ମେ’ ୧୪ରୁ ମେ’ ୨୦ ଯାଏଁ ମୌଖିକ ଇଣ୍ଟରଭ୍ୟୁ ହୋଇଥିଲା । ମୋଟ କୃତକାର୍ଯ୍ୟ ହୋଇଥିବା ୨୦୦ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୮ ଜଣ ମହିଳା ରହିଛନ୍ତି । ବିଜ୍ଞାପିତ ପଦବୀ ତୁଳନାରେ ଚଳିତ ବର୍ଷ ମହିଳାମାନେ ଅଧିକ ସଂଖ୍ୟାରେ ସଫଳତା ହାସଲ କରିଛନ୍ତି ।ପରୀକ୍ଷାର୍ଥୀମାନେ ନିଜର ସମ୍ପୂର୍ଣ୍ଣ ଫଳାଫଳ ଓଡ଼ିଶା ଲୋକସେବା ଆୟୋଗର ସରକାରୀ ୱେବସାଇଟ୍ opsc.gov.inକୁ ଯାଇ ଦେଖିପାରିବେ ।
Comments ସମସ୍ତ ମତାମତ