Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଏଏସ ଟପ୍ପର ବୁବୁନ ସାହୁ

    Share on :
    ajab-Image
    Date: May 27, 2026    Views: 4030

    ଭୁବନେଶ୍ୱର: ବାପା ଜଣେ ଚାଷୀ , ପୁଅ  କଲେ କମାଲ। ଓଡିଶା ପ୍ରଶାସନିକ ସେବା ଓଏଏସ୍ ପରୀକ୍ଷାରେ ହେଲେ ଟପ୍ପର। ଟୋଲଙ୍କପଡା ଗାଁ ପାଇଁ ଗୌରବ ଆଣିଲେ ଚାଷୀଙ୍କ ପୁଅ ବୁବୁନ ସାହୁ । ଦୁଇଶହ ପିଲାଙ୍କ ମଧ୍ୟରେ  ବୁବୁନ ପ୍ରଥମ ସ୍ଥାନରେ ରହିଥିବାରୁ  କେନ୍ଦୁଝର ଜିଲ୍ଲା ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ବୁବୁନ ଗତବର୍ଷ ଓପିଏସରେ ୪୦ନଂ ରାଙ୍କ ରଖି ବର୍ତ୍ତମାନ ପୋଲିସ୍ ଏସଡିପିଓ ଭାବେ ଟ୍ରେନିଙ୍ଗରେ ଅଛନ୍ତି। ଓଏଏସରେ ଓଡିଶାରେ ପ୍ରଥମ ସ୍ଥାନପାଇଁ ଅଞ୍ଚଳ ଓ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।

    ଆନନ୍ଦପୁର ବ୍ଲକ ହରିଡାପାଳ ପଞ୍ଚାୟତ ଟୋଲଙ୍କପଡା ଗାଁର ଭଗବାନ ସାହୁଙ୍କ ପୁଅ ବୁବୁନ। ଭଗବାନ ଚାଷ କାମ କରି ପରିବାର ଭରଣ ପୋଷଣ କରନ୍ତି।  ତାଙ୍କ ପୁଅ ବୁବୁନ ସାହୁ ଓଡିଶା ପ୍ରଶାସନିକ ସେବାରେ ପ୍ରଥମ ସ୍ଥାନରେ କୃତକାର୍ୟ୍ୟ ହୋଇଛନ୍ତି। ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି। ତାଙ୍କ କୃତକାର୍ୟ୍ୟରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ବୁବୁନଙ୍କ ମାଆ କୁଞ୍ଜଲତା ସାହୁ , ତାଙ୍କ ପତ୍ନୀ ବିଜୟିନୀ ସାହୁ ଓ ବନ୍ଧୁବାନ୍ଧବ, ଅଞ୍ଚଳବାସୀ ବୁବୁନଙ୍କୁ  ଶୁଭେଚ୍ଛା ଜଣାଇଛନ୍ତି । ଜନସାଧାରଣଙ୍କ ସୁଖ ଦୁଃଖରେ ଛିଡା ହୋଇ ସବୁବେଳେ ସେମାନଙ୍କ ସେବା ବୁବୁନ କରନ୍ତୁ ବୋଲି ତାଙ୍କ ବାପା କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook