Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ

    Share on :
    ajab-Image
    Date: Apr 24, 2026    Views: 2235

    ଭୁବନେଶ୍ବର: ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଗୁରୁବାର ସରକାର ଅଦଳ ବଦଳ କରିଛନ୍ତି। ବିଏମ୍‌ସିରେ ଅତିରିକ୍ତ ଆୟୁକ୍ତ ଥିବା ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପଦକୁ ବଦଳି କରାଯାଇଛି। ସେ ଏନଏଚଏମର ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

    କିଛି ଦିନ ପୂର୍ବେ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିଲା। ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି। ସେହିପରି ସିଡିଏର ପୂର୍ବତନ ସଚିବ ଶ୍ବେତ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ଆଦେଶ ବାତିଲ କରାଯାଇ ତାଙ୍କୁ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି।
    ଅପରପକ୍ଷେ ବାଲେଶ୍ବର ଅତିରିକ୍ତ ଜିଲାପାଳ ସୁଧାକର ନାୟକଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି। ଗଞ୍ଜାମ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲାପାଳ, ନବରଙ୍ଗପୁର ଅତିରିକ୍ତ ଜିଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ବାଲେଶ୍ବର ଅତିରିକ୍ତ ଜିଲାପାଳ, ଝାରସୁଗୁଡ଼ା ଉପ ଜିଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ମୟୂରଭଞ୍ଜ ବାମନଘାଟିର ଉପଖଣ୍ଡ ଦଣ୍ଡାଧିକାରୀ, ବୌଦ୍ଧ ଜିଲା ପରିଷଦ ନିର୍ବାହୀ ଅଧିକାରୀ ଚାର୍ଲସ୍ ନାୟକଙ୍କୁ ଆନନ୍ଦପୁର ଅତିରିକ୍ତ ଜିଲାପାଳ, କାମାକ୍ଷାନଗର ଉପ ଜିଲାପାଳ ଦିନମଣି ନାଏକଙ୍କୁ ପର୍ୟ୍ୟଟନ ବିଭାଗର ଉପ ଶାସନ ସଚିବ, ଢେଙ୍କାନାଳ ଉପ ଜିଲାପାଳ ବିବୁଧ ଗଡ଼ନାୟକଙ୍କୁ କ୍ରୀଡ଼ା ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

    Maximum 500 characters

    ତାଜା ଖବର View all

    Find Us on Facebook