Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାବାଡ଼ ହେବେ ଅମାନିଆ ଡ୍ରାଇଭର: ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା

    Share on :
    ajab-Image
    Date: Feb 27, 2026    Views: 2845

    ନୂଆଦିଲ୍ଲୀ: ଦେଶରେ ରାସ୍ତା ଦୁର୍ଘଟଣା ହ୍ରାସ କରିବା ଏବଂ ଦାୟିତ୍ୱସମ୍ପନ୍ନ ଗାଡି ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ନମ୍ବର ଆଧାରିତ ଡିଏଲ୍ (ଡ୍ରାଇଭିଂ ଲାଇସେନ୍ସ) ବ୍ୟବସ୍ଥା ଆରମ୍ଭ କରିବାକୁ ଯୋଜନା କରିଛନ୍ତି । ଏଥିରେ ଟ୍ରାଫିକ ଆଇନ ଉଲ୍ଲଂଘନ କଲେ ଡିଏଲ୍ ରଦ୍ଦ କିମ୍ବା ସସ୍ପେଣ୍ଡ କରାଯିବାର ପ୍ରାବଧାନ ରହିବ । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ସୂଚନା ଦେଇଛନ୍ତି ।
    ନମ୍ବର ଆଧାରିତ ଡିଲ୍ ବ୍ୟବସ୍ଥା ଅନୁସାରେ ଡିଏଲ୍‌ଡ୍‌ରେ ନମ୍ବର ବା ପଏଣ୍ଟ ଦିଆଯିବ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ସେଥିରୁ କିଛି ନମ୍ବର କାଟି ନିଆଯିବ । ଯଦି ସବୁ ନମ୍ବର ଶେଷ ହୋଇଯିବ ତେବେ ଡିଏଲ୍‌କୁ ରଦ୍ଦ କରାଯିବ ନଚେତ ୬ ମାସ ପାଇଁ ସସ୍ପେଣ୍ଡ କରାଯିବ । କିନ୍ତୁ ଲଗାତାର ଭାବେ ଯଦି ଟ୍ରାଫିକ ନିୟମ ଉଲ୍ଲଂଘନ କରାଯାଏ ସେଭଳି କ୍ଷେତ୍ରରେ ଡିଏଲ୍‌କୁ ରଦ୍ଦ କରିଦିଆଯିବ ।ଗଡକରୀ କହିଛନ୍ତି ଯେ ଦେଶରେ ପ୍ରତିବର୍ଷ ଛୋଟ ବଡ ପ୍ରାୟ ୫ ଲକ୍ଷ ସଡକ ଦୁର୍ଘଟଣା ହେଉଛି । ଏଥିଯୋଗୁ ବର୍ଷକୁ ୧ ଲକ୍ଷ ୮୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଉଛି । ମୃତକଙ୍କ ମଧ୍ୟରେ ୭୨ ପ୍ରତିଶତଙ୍କ ବୟସ ୧୮ରୁ ୪୫ ବର୍ଷ ଭିତରେ ରହିଛି । ଗଡକରୀ କହିଛନ୍ତି ଯେ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଗାଡି ଚଳାଇବା ବେଳେ ମୋବାଇଲ ଫୋନ୍ ଦେଖିବା, ଦ୍ରୁତଗତିରେ ଗାଡି ଚଳାଇବା, ଭୁଲ ଦିଗରେ ଗାଡି ଚଳାଇବା ଏବଂ ମଦ୍ୟପାନ କରି ଗାଡି ଚଳାଇବା । ଲୋକଙ୍କ ଜୀବନ ବହୁତ ମୂଲ୍ୟବାନ । ତେଣୁ ସରକାର ସଡକ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
    ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଜରିମାନା ବଢ଼ାଯାଇଛି । କିନ୍ତୁ ସବୁଠାରୁ ବଡ ସମସ୍ୟା ହେଉଛି ନିୟମକୁ ଠିକ୍ ଭାବେ ପାଳନ କରିବା । ଲୋକଙ୍କ ଭିତରେ ଆଇନ ପ୍ରତି ଭୟ ଓ ସମ୍ମାନ କମ୍ ରହୁଛି । ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଚିକିତ୍ସା ବାବଦ ଖର୍ଚ୍ଚ କିମ୍ବା ଆଇନ ଗତ ସମସ୍ୟା କଥା ଚିନ୍ତା ନକରି ସହଯୋଗ କରିବାକୁ ସେ ଅପିଲ କରିଛନ୍ତି।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook