Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୂଆପଡ଼ା ଉପନିର୍ବାଚନ: ଆରମ୍ଭ ହେଲା ହୋମ ଭୋଟିଂ ପ୍ରକ୍ରିୟା

    Share on :
    ajab-Image
    Date: Oct 31, 2025    Views: 2341

    ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ ପ୍ରକ୍ରିୟା । ଭୋଟ୍ ଦେବେ ଘରେ ଥିବା ବୟସ୍କ ଭୋଟର । ୨୫୧ ଜଣ ବୟସ୍କ ଭୋଟର ଘରେ ଦେବେ ଭୋଟ୍ । ୨ ତାରିଖ ଯାଏଁ ଚାଲିବ ହୋମ୍ ଭୋଟିଂ । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି କ୍ଷ ପ୍ରତି ଦଳରେ ୨ଜଣ ପୋଲିଂ ଅଫିସର୍,  ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି । ୮୫ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ୨୫୧ଜଣ ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଏହି ଭୋଟ୍ ଦେବେ । ଭୋଟିଂ ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ଭିଡିଓଗ୍ରାଫି କରାଯିବ ବୋଲି ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ୍ ପ୍ରକାଶ କରିଛନ୍ତି।  ଏହି ସୁବିଧାରୁ କେହି ଜଣେବି ଯୋଗ୍ୟ ମତଦାତା ଯେପରି ବଞ୍ଚିତ ନ ହୁଅନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook