Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କଂଗ୍ରେସ କାର୍ୟ୍ୟାଳୟରେ ପଶିଲା ପୋଲିସ

    Share on :
    ajab-Image
    Date: Oct 30, 2025    Views: 2402

    ନୂଆପଡ଼ା:ନୂଆପଡ଼ା ଉପନିର୍ବାଚନକୁ ନେଇ ସ୍ଥାନୀୟ ଖୁଣ୍ଟିଆ ଭବନରେ କଂଗ୍ରେସ ପକ୍ଷରୁ କାର୍ୟ୍ୟାଳୟ ଖୋଲାଯାଇଛି। ବୁଧବାର ପୂର୍ବାହ୍ନରେ ଏହି କାର୍ୟ୍ୟାଳୟରେ ଦଳ ପକ୍ଷରୁ ଖବରଦାତା ସମ୍ମିଳନୀ ଚାଲିଥିଲା। ଏହି ସମୟରେ କଂଗ୍ରେସ ପକ୍ଷରୁ ଟଙ୍କା ବଣ୍ଟାଯାଉଛି ବୋଲି ଖବର ପାଇ ପୋଲିସ କାର୍ୟ୍ୟାଳୟ ଭିତରକୁ ପଶିଥିଲା। ସେ ସମୟରେ କଂଗ୍ରେସ ମୁଖପାତ୍ର ଓ ଅନ୍ୟ କର୍ମକର୍ତ୍ତା ପୋଲିସକୁ ପ୍ରଶ୍ନ କରିଥିଲେ। ଏଠାରେ ଖବରଦାତା ସମ୍ମିଳନୀ ଚାଲିଛି, ଆପଣ କାହିଁକି ଆସିଲେ ବୋଲି ପଚାରିଥିଲେ। ପୋଲିସ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ଟଙ୍କା ବଣ୍ଟାଯାଉଛି ବୋଲି ଅଭିଯୋଗ ପାଇ ତଦନ୍ତରେ ଆସିଥିଲୁ ବୋଲି କହିଥିଲା। ଏହାକୁ ନେଇ କାର୍ୟ୍ୟାଳୟ ବାହାରେ ପୋଲିସ ଓ ଦଳୀୟ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ପୋଲିସ କାର୍ୟ୍ୟାଳୟ ଛାଡି ଚାଲିଯାଇଥିଲା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook