Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ପୁନର୍ଗଠନ

    Share on :
    ajab-Image
    Date: Apr 30, 2025    Views: 3717

    ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡକୁ ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର। ବୁଧବାର ବୋର୍ଡର ପୁନର୍ଗଠନ କରିବା ସହ ପୂର୍ବତନ RAW ମୁଖ୍ୟ ଆଲୋକ ଜୋଶୀଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ବୋର୍ଡର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ପୂର୍ବତନ ପଶ୍ଚିମ ବାୟୁସେନା କମାଣ୍ଡର ଏୟାର ମାର୍ଶାଲ ପିଏମ୍ ସିହ୍ନା, ପୂର୍ବତନ ଦକ୍ଷିଣ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଏକେ ସିଂହ ଏବଂ ରିଅର ଆଡମିରାଲ ମଣ୍ଟି ଖାନ୍ନା ଅଛନ୍ତି, ଯେଉଁମାନେ ସାମରିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ।

    ଏହା ବ୍ୟତୀତ ଭାରତୀୟ ପୋଲିସ ସେବାରୁ ଅବସର ନେଇଥିବା ରାଜୀବ ରଞ୍ଜନ ବର୍ମା ଏବଂ ମନମୋହନ ସିଂହ ଏବଂ ଅବସରପ୍ରାପ୍ତ IFS ଭେଙ୍କଟେଶ ବର୍ମାଙ୍କୁ ମଧ୍ୟ ସାତ ସଦସ୍ୟ ବିଶିଷ୍ଟ ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡରେ ସାମିଲ କରାଯାଇଛି।ଜାତୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ଏକ ବହୁ-ଶାଖାଗତ ସଂସ୍ଥା, ଯେଉଁଥିରେ ସରକାରଙ୍କ ବାହାରର ପ୍ରତିଷ୍ଠିତ ବ୍ୟକ୍ତିମାନେ ସାମିଲ ଅଛନ୍ତି। ସେମାନଙ୍କର ମୁଖ୍ୟ କାର୍ଯ୍ୟ ହେଉଛି, ଜାତୀୟ ସୁରକ୍ଷା ପରିଷଦକୁ ଦୀର୍ଘକାଳୀନ ବିଶ୍ଳେଷଣ ପ୍ରଦାନ କରିବା ଏବଂ ସେମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାଗୁଡ଼ିକର ସମାଧାନ ଏବଂ ନୀତିଗତ ବିକଳ୍ପ ସୁପାରିଶ କରିବା ।

    ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯେଉଁଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଏହା ପୂର୍ବରୁ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ତାଙ୍କ ବାସଭବନରେ ଡକାଯାଇଥିବା ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ କମିଟି (CCS) ବୈଠକ ଆଜି ଅପରାହ୍ନରେ ସମାପ୍ତ ହୋଇଛି।

    CCS ବୈଠକ ସହିତ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରାଜନୈତିକ ବ୍ୟାପାର ସମ୍ପର୍କୀତ କ୍ୟାବିନେଟ କମିଟି (CCPA) ଏବଂ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (CCEA) ର ବୈଠକ ମଧ୍ୟ ଡକାଯାଇଥିଲା। ଆକ୍ରମଣ ପରେ, ସରକାର ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ପାଇଁ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ପଠାଇଥିଲେ ଏବଂ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସମେତ ଅନେକ ପଦକ୍ଷେପ ଘୋଷଣା କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook