Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆଶ୍ଚର୍ଯ୍ୟ ଲାଗିଲେ ବି ସତ: ନୋଟା ଭୋଟ ଦ୍ୱିତୀୟ ସ୍ଥାନରେ

    Share on :
    ajab-Image
    Date: Nov 7, 2022    Views: 3760

    ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟରେ ହୋଇଥିବା ୭ ବିଧାନସଭା ଉପନିର୍ବାଚନ ଫଳାଫଳ ଆସିଛି । ୭ଟି ଆସନରୁ ବିଜେପି ୪ଟିରେ ବିଜୟୀ ହୋଇଛି । ଗତକାଲି ବିହାର, ୟୁପି, ମହାରାଷ୍ଟ୍ର, ହରିୟାଣା ସମେତ ୬ଟି ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆସିଛି । ଯେଉଁଥିରେ ଭଦ୍ରକର ଧାମନଗର ଫଳାଫଳ ମଧ୍ୟ ରହିଛି । ହେଲେ ମହାରାଷ୍ଟ୍ରରେ ଇଷ୍ଟ ଅନ୍ଧେରୀ ଆସନରେ ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲଟକେ ବିଜୟୀ ହୋଇଛନ୍ତି ।
    ହେଲେ ଆଶ୍ଚର୍ୟ୍ୟଜନକ ଭାବେ ବିଜୟୀ ପ୍ରାର୍ଥୀଙ୍କ ପରେ ଦ୍ୱିତୀୟ ସର୍ବାଧିକ ଭୋଟ କୌଣସି ପ୍ରାର୍ଥୀ ପାଇ ନାହାନ୍ତି ବରଂ ନୋଟା ଭୋଟ ଦ୍ୱିତୀୟ ସ୍ଥାନରେ ରହିଛି । ଅର୍ଥାତ୍ ଇଷ୍ଟ ଅନ୍ଧେରୀ ଆସନରେ ବିଜୟୀ ପ୍ରାର୍ଥୀଙ୍କ ପରେ ନୋଟାରେ ଅଧିକ ଭୋଟ ଦେଇଛନ୍ତି ଜନତା । ଅର୍ଥାତ୍ ନୋଟାରେ ଭୋଟ ଦେଇଥିବା ଭୋଟର କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନାହାନ୍ତି । ଇଷ୍ଟ ଅନ୍ଧେରୀରେ ରୁତୁଜା ଲଟକେ ୬୬ ହଜାର ୫୩୦ ଭୋଟ ପାଇଛନ୍ତି । ଆଉ ଏହି ଆସନରେ ୧୨ ହଜାର ୮୦୬ ଜଣ ନୋଟାରେ ଭୋଟ ଦେଇଛନ୍ତି । ତୃତୀୟ ସ୍ଥାନରେ ସ୍ୱାଧୀନ ପ୍ରାର୍ଥୀ ରାଜେଶ ତ୍ରିପାଠୀଙ୍କ ନାଁ ରହିଛି । ଯିଏ ୧ ହଜାର ୫୭୧ ଭୋଟ ପାଇଛନ୍ତି ।

    ସେହିପରି ବିହାରରେ ମୋକମାରେ ଆରଜେଡି ପ୍ରାର୍ଥୀ ନିଲମ ଦେବୀ ବିଜୟୀ ହୋଇଥିବା ବେଳେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିଜ ଅଂଚଳ ଗୋପାଳଗଂଜ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେବେ ମୋକାମରେ ନୀଲମଦେବୀ ଆରଜେଡି ପ୍ରାର୍ଥୀଙ୍କ ଠାରୁ ୧୭୯୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଆଉ ନୋଟାରେ ପଡିଛି ୨ହଜାର ୧୭୦ ଖଣ୍ଡ ଭୋଟ । ଅର୍ଥାତ୍ ବିଜେପି ପ୍ରାର୍ଥୀ ବିଜୟ ବ୍ୟବଧାନ ଠାରୁ ଅଧିକ ଭୋଟ ନୋଟାରେ ପଡିଛି । ସେହିପରି ଧାମନଗର ଉପନିର୍ବାଚନରେ ୬୫୦ ଖଣ୍ଡ ଭୋଟ ନୋଟାରେ ପଡିଥିବା ସୂଚନା ରହିଛି । ଅର୍ଥାତ୍ ପ୍ରାର୍ଥୀଙ୍କ ଜନତା ପସନ୍ଦ କରୁନଥିବାରୁ ଏହା ରାଜନୈତିକ ଦଳ ପାଇଁ ସମୀକ୍ଷାର ଅବକାଶ ସୃଷ୍ଟି କରିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook