Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦୁର୍ଗାପୂଜାରେ ଶୋଭାଯାତ୍ରା ମନା

    Share on :
    ajab-Image
    Date: Oct 2, 2023    Views: 3668

    ସମ୍ବଲପୁର: ଦୁର୍ଗାପୂଜାରେ ଶୋଭାଯାତ୍ରା ମନା। ବିଲ୍ବ ବରଣଠୁ ଆରମ୍ଭ କରି ଭସାଣୀ ଯାଏଁ କୌଣସି କାର୍ୟ୍ୟକ୍ରମରେ ସମ୍ବଲପୁରରେ ହେବନି ପ୍ରୋସେସନ। ଜିଲ୍ଲା ପ୍ରଶାସନ, ପୋଲିସ ଓ ପୂଜା କମିଟିର ବୈଠକରେ ନିଆଯାଇଛି ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ତେବେ ପୂଜା ଧୁମଧାମରେ ପାଳନ କରାଯାଇପାରିବ। କିନ୍ତୁ କୌଣସି ଶୋଭାଯାତ୍ରା ଯେପରି କେହି ନକରନ୍ତି, ତାହାରି ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ ।

    କୌଣସି ନୀତିରେ ଶୋଭାଯାତ୍ରାକୁ ମଧ୍ୟ ମନା କରାଯାଇଛି। ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଗଣ୍ଡଗୋଳକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସାଂସ୍କୃତିକ କାଯ୍ୟକ୍ରମଠୁ ଆରମ୍ଭ କରି ସୁଉଚ୍ଚ ଲାଇଟ ତୋରଣ ସବୁ ଲାଗିବ । ଭସାଣୀ ସମୟରେ କେବଳ ୧୦ ଜଣ ଉପସ୍ଥିତ ରହିବେ ।

    ପୂଜା ସମୟରେ କୌଣସି ଅଶାନ୍ତିକୁ ବରଦାସ୍ତ କରାଯିବ ନାହିଁ । କିଏ କେଉଁ ରୁଟରେ ବିସର୍ଜନ କରିବେ ଏ ସବୁ ବୈଠକରେ ସ୍ଥିର କରାଯିବ । ତେବେ ଶୋଭାଯାତ୍ରା ନହେଲେ ବି ପୂଜା ଖୁବ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଭିନ୍ନ ପୂଜା କମିଟି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook