Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜିନ୍ସ ପିନ୍ଧା ଲୋକଙ୍କୁ ପଲଟିକ୍ସ ମନା, ଏହି ଦଳ କଲା ଘୋଷଣା

    Share on :
    ajab-Image
    Date: Aug 9, 2021    Views: 7826

    ପାଟନା: ‘ଜିନ୍ସ ପିନ୍ଧୁଥିବା ଲୋକ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ରେ ରହି ରାଜନୀତି କରିପାରିବେନି । ଆରଜେଡି ଗରିବମାନଙ୍କର ଦଳ । ପରିଶ୍ରମୀ ଚାଷୀମାନଙ୍କର ଦଳ । ଜିନ୍ସ ପିନ୍ଧୁଥିବା ଲୋକ କେବେ ନେତା ହୋଇପାରିବେନି ।’ ବିହାର ଆରଜେଡି ପ୍ରଦେଶ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ଏକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ବୟାନ ଦେଇଛନ୍ତି । ଜାତୀୟ ଜନଗଣନାରେ କେତେକ ସଂଶୋଧନ କରିବା ନେଇ ଦାବି ଉପସ୍ଥାପନ କରିବା ସମୟରେ ସେ ଏହା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆରଜେଡିର ଯେଉଁ ନେତାମାନେ ଧାରଣାରେ ବସି ପ୍ରତିବାଦ କରୁନାହାନ୍ତି ସେମାନେ ବୋଧେ ଆରଏସଏସର କାର୍ଯ୍ୟକର୍ତ୍ତା । ଭୁଲରେ ଆମ ଦଳରେ ସାମିଲ ହୋଇଛନ୍ତି । ଧାରଣାରେ ବସି ଯଦି ପ୍ରତିବାଦ ନ କରିବ ତେବେ ରାଜନୀତି କାହିଁକି କରୁଛ? ରାଜନୀତି କରିବାର ଅଛି ଯଦି ଧାରଣାରେ ବସି ଆନ୍ଦୋଳନ କର । ତାଙ୍କର ଏହି ବୟାନକୁ ନେଇ ବିରୋଧୀମାନେ ତାଙ୍କୁ ଘେରିଛନ୍ତି । ସୂଚନାଥାଉ କି, ଜାତିଭିତିକ ଜନଗଣନା କରିବାକୁ ଆରଜେଡ଼ି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook