Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ତାମିଲନାଡ଼ୁର ଶରଣ ପଶିଛନ୍ତି: ସୁକାନ୍ତ

    Share on :
    ajab-Image
    Date: Mar 22, 2025    Views: 3196

    ଭୁବନେଶ୍ୱର: ସୀମା ନୀର୍ଦ୍ଧାରଣ ପଦ୍ଧତିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିରୋଧ କରିଥିବାବେଳେ ନବୀନଙ୍କ ଆଭିମୁଖ୍ୟକୁ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କାଉଣ୍ଟର କରିଛନ୍ତି । 
    ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ବିଜେପିକୁ କାଉଣ୍ଟର କରିବା ପାଇଁ ତାମିଲନାଡ଼ୁର ଶରଣ ପଶିଛନ୍ତି । ବିଜେପି ବିରୋଧରେ ମେଣ୍ଟ କରୁଛନ୍ତି, ଆତ୍ମସମୀକ୍ଷା କରିବା ଦରକାର । ସୀମା ନୀର୍ଦ୍ଧାରଣ ପାଇଁ କୌଣସି  ଗାଇଡଲାଇନ ଆସିନି । ଡିଲିମିଟେସନ ଏକ ନିୟମିତ ପ୍ରକି୍ରୟା । ତେବେ ବିଜେଡି ନଈ ନଦେଖି ଲଙ୍ଗଳା ହେଉଛି । ଡିଲିମିଟେସନ ଦ୍ୱାରା ଓଡ଼ିଶାର କୌଣସି କ୍ଷତି ହେବ ନାହିଁ, ଲାଭ ହେବ । ଏହାକୁ ବିଜେଡି ବିରୋଧ କରୁଛି ଅର୍ଥାତ ବିଜେଡି ଓଡ଼ିଶା ବିରୋଧୀ । ବିଜେପିକୁ ବିରୋଧ କରିବା ପାଇଁ ବିଜେଡି ଓ କଂଗ୍ରେସ ଅଘୋଷିତ ମେଣ୍ଟ କରିଛନ୍ତି ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook