Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାଜ୍ୟସଭା ଯିବେ ନୀତିଶ କୁମାର !

    Share on :
    ajab-Image
    Date: Mar 5, 2026    Views: 3515

    ନୂଆଦିଲ୍ଲୀ: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ଜାତୀୟ ରାଜନୀତିକୁ ମୁହାଁଇ ପାରନ୍ତି । ଏବଂ ତାଙ୍କୁ ରାଜ୍ୟସଭାକୁ ପଠାଇବା ନେଇ ଆଲୋଚନା ହେଉଛି। ସେଠାରେ ତାଙ୍କ ରାଜନୈତିକ ଐତିହ୍ୟକୁ ଆଗକୁ ବଢ଼ାଇବା ପାଇଁ ତାଙ୍କ ପୁଅ ନିଶାନ୍ତ କୁମାରଙ୍କୁ ବିହାରର ଉପମୁଖ୍ୟମନ୍ତ୍ରୀ କରାଯାଇପାରେ।

    ଆଜି ପାଟନାରେ ଏନଡିଏ ବିଧାୟକଙ୍କ ବୈଠକ ଏହି ସମୀକରଣ ଉପରେ ଚୂଡ଼ାନ୍ତ ମୋହର ବାଜିପାରେ। ଜେଡିୟୁର ଜାତୀୟ କାର୍ୟ୍ୟକାରିଣୀ ସଭାପତି ସଞ୍ଜୟ ଝା ଆଜି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ ଆସନ୍ତାକାଲି ସକାଳେ ଦିଲ୍ଲୀରୁ ପାଟନା ପହଞ୍ଚିବେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook