ମୁଖ୍ୟ ଖବର
ପାଟଣା: ନୀତଶ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ କରାଯାଇଛି। ୨୦ ବର୍ଷ ପରେ ନୀତିଶ କୁମାର ଗୃହ ବିଭାଗ ଛାଡ଼ିଛନ୍ତି। ଏହି ବିଭାଗ ବିଜେପି ପାଖକୁ ଚାଲିଯାଇଛି । ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ । ଏବେ ଅର୍ଥ ବିଭାଗ ଜେ଼ଡିୟୁ ହାତରେ । ବିଜେନ୍ଦ୍ର ଯାଦବ ଶକ୍ତି ସହିତ ଅର୍ଥ ବିଭାଗର ଦାୟିତ୍ୱ ନେଇଛନ୍ତି । ଏହା ସହିତ ମଙ୍ଗଳ ପାଣ୍ଡେଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଦିଆଯାଇଛି । ପ୍ରଥମ ଥର ମନ୍ତ୍ରୀ ହୋଇଥିବା ଜାତୀୟ ଶୂଟର୍ ଶ୍ରେୟସୀ ସିଂହଙ୍କୁ କ୍ରୀଡା ବିଭାଗ ଦିଆଯାଇଛି।
ହାମ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନଙ୍କ ବିଭାଗ ବଦଳି ନାହିଁ । ସେମାନେ ପୁନର୍ବାର କ୍ଷୁଦ୍ର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ହେବେ । ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କୁ ଭୂମି ଏବଂ ରାଜସ୍ୱ ବିଭାଗ ବ୍ୟତୀତ ଖଣି ଏବଂ ଭୂ-ତତ୍ତ୍ୱ ବିଭାଗ ମିଳିଛି।
କୃଷି ବିଭାଗ ବିଜେପି କୋଟାରୁ ମନ୍ତ୍ରୀ ହୋଇଥିବା ରାମକୃପାଳ ଯାଦବଙ୍କୁ ଦିଆଯାଇଛି । ଦିଲୀପ ଜୟସ୍ୱାଲଙ୍କୁ ଉଦ୍ୟୋଗ ମନ୍ତ୍ରୀ କରାଯାଇଛି। ନୀତିନ ନବୀନଙ୍କୁ ସଡକ ନିର୍ମାଣ ବିଭାଗ ସହିତ ନଗର ବିକାଶ ଏବଂ ଗୃହନିର୍ମାଣ ବିଭାଗର ଦାୟିତ୍ୱ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ୨୬ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି । ନଭେମ୍ବର ୨୦ରେ ନୀତିଶ କୁମାରଙ୍କ ସହିତ ସମସ୍ତ ମନ୍ତ୍ରୀମାନେ ଶପଥ ନେଇଥିଲେ। ଶପଥ ନେବା ୨୪ ଘଣ୍ଟା ପରେ ବିଭାଗଗୁଡ଼ିକର ବଣ୍ଟନ ହୋଇଛି।
Comments ସମସ୍ତ ମତାମତ