Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପୁଣି ବିଜେପିକୁ ଝଟକା ଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

    Share on :
    ajab-Image
    Date: May 24, 2022    Views: 7217

    ଜାତୀୟ ରାଜନୀତିରେ ପୁଣି ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି  । ବିଜେପି ଦୟାରେ ବିହାର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ଖୁବଶୀଘ୍ର ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି  । ବିଜେପିର ହାତ ଛାଡ଼ି ସେ ପୁଣି ଲାଲୁଙ୍କ ହାତ ଧରିବେ ବୋଲି ବିହାର ରାଜନୀତିରେ ଚର୍ଚ୍ଚା ହେଉଛି  । ଦୁଇ ତିନି ଦିନ ଭିତରେ ସେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ବୋଲି କୁହାଯାଉଛି  । ଆସନ୍ତା ୭୨ ଘଂଟା ପର୍ଯ୍ୟନ୍ତ ପାଟନା ନଛାଡ଼ିବା ପାଇଁ ସେ ଜେଡ଼ିୟୂ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଦଳୀୟ ନେତା ଓ ବିଧାୟକମାନଙ୍କ ସହ ରୁଦ୍ଧଦ୍ୱାର ବୈଠକ ମଧ୍ୟ କରୁଛନ୍ତି  । କିନ୍ତୁ ସେ ନେତାଙ୍କ ସହ କ’ଣ ଆଲୋଚନା କରୁଛନ୍ତି ତାହାର କେହି ଟେର ପାଉନାହାନ୍ତି  । ସମ୍ଭବତଃ ବିଜେପିକୁ ଝଟକା ଦେବା ପାଇଁ ନୀତିଶ ରଣନୀତି କରୁଛନ୍ତି  । ନିକଟରେ ସେ ଲାଲୁ ଯାଦବଙ୍କ ଇଫତାର ପାର୍ଟିରେ ସାମିଲ ହୋଇଥିଲେ  । ଯାହାକୁ ନେଇ ବିଜେପି ମଧ୍ୟ ପ୍ରଶ୍ନ ଉଠାଇଥିଲା  । ତେବେ ବିଜେପି ସବୁବେଳେ ନୀତିଶଙ୍କ କାମରେ ହସ୍ତକ୍ଷେପ କରୁଥିବାରୁ ସେ ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି  । ଅପରପକ୍ଷରେ ବିଜେପି ମଧ୍ୟ କେନ୍ଦ୍ରମନ୍ତ୍ରୀ ଆରପି ସିଂହଙ୍କ ସହଯୋଗରେ ଜେଡ଼ିୟୂରେ ବିଭାଜନ କରିବାକୁ ଉଦ୍ୟମ କରୁଥିବା କୁହାଯାଉଛି  । ବିହାର ରାଜନୀତିରେ ନୀତିଶ ସବୁବେଳେ ଚକିତ କରିବା ଭଳି ନିଷ୍ପତି ନେଇଆସିଛନ୍ତି  । ତେବେ ସେ ବିଜେପି ସହଯୋଗରେ ମୁଖ୍ୟମନ୍ତ୍ରୀ ରହିବେ ନା ନିଜର ପୁରୁଣା ଯୋଡ଼ି ଲାଲୁଙ୍କ ସହ ରହିବେ ତାହାର ଉତର ଖୁବଶୀଘ୍ର ମିଳିଯିବ  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook