Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନୀତିଶଙ୍କ ସହ ଜିତନ ରାମ ମାଁଝୀ : ବିହାରରେ ବଢ଼ିଲା ଏନଡ଼ିଏ ଶକ୍ତି

    Share on :
    ajab-Image
    Date: Sep 2, 2020    Views: 3447

    ପାଟଣା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଁଝୀ ଏନଡ଼ିଏ ସହ ଯିବାକୁ ନିଷ୍ପତି ନେଇଛନ୍ତି  । ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ହିନ୍ଦୁସ୍ତାନ ଅୱାମ ମୋର୍ଚ୍ଚା (ହମ) ଏନଡ଼ିଏ ସହ ମିଶି ନିର୍ବାଚନ ଲଢ଼ିବ । ଜେଡ଼ିୟୂ ସହ ତାଙ୍କ ଦଳ ମେଂଟ କରିଛି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି  । 

    ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତିଯେ, ମହାଗଠବନ୍ଧନ ସମନ୍ୱୟ ସମିତି ସପକ୍ଷରେ ନଥିବାରୁ ସେମାନେ ସେହି ମେଂଟ ପରିତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି  । ତାଙ୍କ ଦଳ ଜେଡ଼ିୟୂର ଏକ ଅଂଶ ହୋଇ ନିର୍ବାଚନ ଲଢ଼ିବ  । ତାଙ୍କ ଦଳ ଜେଡ଼ିୟୂରେ ମିଶିବ ନାହିଁ, ହେଲେ ସହଯୋଗୀ ଭାବେ କାମ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି  । ତାଙ୍କ ପୁଅକୁ ବିଧାୟକ କରିବା ପାଇଁ ସେ ଆରଜେଡ଼ି ସହ ଥିଲେକି ବୋଲି ପ୍ରଶ୍ନର ଉତରରେ ଜିତନ ରାମ କହିଛନ୍ତିଯେ, ଆରଜେଡ଼ିକୁ ଅରରିଆ ଓ ଜହାନାବାଦ ନିର୍ବାଚନ ଆମେ ଜିତାଇଥିଲୁ  । ଆମେ ଛଅ ସାତ ବିଧାୟକଙ୍କୁ ଜିତାଇଥିଲୁ ବୋଲି ସେମାନେ ମୋ ପୁଅକୁ ବିଧାନପରିଷଦକୁ ପଠାଇଥିଲେ  । ମୋ ପୁଅ ସନ୍ତୋଷ ସପ୍ତମ କି ଅଷ୍ଟମ ପାଶ ପିଲା ନୁହେଁ  । ସେ ପିଏଚଡ଼ି ବି କରିଛି ବୋଲି ସେ ପ୍ରକାଶ କରିଛନ୍ତି  ।

    Maximum 500 characters

    ରାଜନୀତି View all

    Find Us on Facebook