Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିର୍ବାଚନ ଲଢିବା ବେକାର କଥା:ନିତୀଶ କୁମାର

    Share on :
    ajab-Image
    Date: Sep 21, 2022    Views: 3760

    ପାଟଣା : ବିହାରର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଫୁଲପୁର ସିଟରୁ ଲୋକସଭା ନିର୍ବାଚନ ଲଢିବା ଖବର ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ନିତୀଶ କୁମାର ସିଧା ସଳଖ କହି ଦେଇଛନ୍ତି କି ଏହା   । ଏହି କଥାରେ କୌଣସି ସତ୍ୟତା ନାହିଁ । ନିତୀଶ କୁମାର କହିଛନ୍ତି କି ଆମେମାନେ କେବଳ କାମ କରୁଛୁ । ମାତ୍ର କିଛି ଲୋକ ପ୍ରତ୍ୟେକ ଦିନ କେବଳ ଭାଷଣ ମାରୁଛନ୍ତି । ମୋର ଗୋଟିଏ ଲକ୍ଷ କେବଳ ବିପକ୍ଷଙ୍କୁ ଏକଜୁଟ କରିବା ଏବଂ ସେହି ମିଶନରେ ଲାଗିଛି । ଏହା ବ୍ୟତୀତ ମୋର କୌଣସି ଇଛା ନାହିଁ ।

    ସେହିଭଳି ତେଜସ୍ବୀ ଯାଦବଙ୍କ ଆଡ଼କୁ ଇସାରା କରି ନିତୀଶ କହିଛନ୍ତି କି ମୋ ଇଛା ଏହି ଲୋକମାନଙ୍କୁ ଆଗକୁ ବଢାଇବାକୁ । ଅନ୍ୟପଟେ ତେଜସ୍ବୀ ଯାଦବ କହିଛନ୍ତି କି ହରିୟାଣାରେ ଦେବୀଲାଲଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ କାର୍ୟ୍ୟକ୍ରମ ହୋଇଥାଏ । ଚୌଟାଲାଙ୍କ ଫୋନ ଆସିଥିଲା । ସେଥିରେ ମୁଁ ଏବଂ ନିତୀଶ ଉଭୟ ଯାଉଛୁ । ଆମମାନଙ୍କୁ ମିଶି ବିଜେପିକୁ ହଟାଇବାରେ ଅଛି । ଏହି କାମରେ ଆମେମାନେ ଲାଗିଛୁ ।

    Maximum 500 characters

    ରାଜନୀତି View all

    Find Us on Facebook