Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଡ ଚର୍ଚ୍ଚା :ଉତ୍ତରପ୍ରଦେଶ ଫୁଲପୁର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ନୀତିଶ

    Share on :
    ajab-Image
    Date: Sep 18, 2022    Views: 3679

    ପାଟନା: ୨୦୨୪  ସାଧାରଣ ନିର୍ବାଚନ ନୀତିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଗ୍ରହୀ ଥିବାର ଚର୍ଚ୍ଚା ହେଉଥିବା ବେଳେ ଏହାରି ଭିତରେ ଆଉ ଏକ ବଡ ଚର୍ଚ୍ଚା ଉଠିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ ଉତ୍ତରପ୍ରଦେଶ ଫୁଲପୁର ଲୋକସଭା ଆସନରୁ ୨୦୨୪ ନିର୍ବାଚନ ଲଢିପାରନ୍ତି । ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କୁ ଏହି ଅଫର ଦେଇଥିବା ମିଡିଆ ରିପୋର୍ଟରୁ ସୂଚନା ମିଳିଛି ।

    ସୂଚନା ଅନୁଯାୟୀ, ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଯେକୌଣସି ଆସନରୁ ଲୋକସଭା ନିର୍ବାଚନ ଲଢିବାକୁ ନୀତିଶ କୁମାରଙ୍କୁ ଅଫର ଦେଇଛନ୍ତି । ସେ ନିଜ ଇଚ୍ଛାରେ ଯେକୌଣସି ଆସନରୁ ପ୍ରତିଦ୍ବନ୍ଦିତା କଲେ ସମାଜବାଦୀ ପାର୍ଟି ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସପା ନେତା । ତେବେ ଏହାମଧ୍ୟ ଶୁଣିବାକୁ ମିଳୁଛି ଯେ, ଫୁଲପୁରର ଜେଡିୟୁ କାର୍ୟ୍ୟକର୍ତ୍ତା ନୀତିଶ ଏଠାରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି ।ଜେଡିୟୁ ସଭାପତି ଲଲନ ସିଂହ ମଧ୍ୟ ଉତ୍ତରପ୍ରଦେଶରେ ନୀତିଶଙ୍କ ପ୍ରାର୍ଥୀତ୍ବ ନେଇ ସଙ୍କେତ ଦେଇଛନ୍ତି । ତେବେ କେବଳ ଫୁଲପୁର ନୁହେଁ, ଆମ୍ବେଦକର ନଗର, ଏବଂ ମିର୍ଜାପୁର ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ତାଙ୍କୁ ଅଫର ମିଳିଛି । ନୀତିଶ କୁମାର ଲୋକସଭା ନିର୍ବାଚନ ଲଢିବେ ନା ନାହିଁ ଠିକ୍ ସମୟରେ ସେନେଇ ନିଷ୍ପତ୍ତି ନିଆଯିବ । ହେଲେ ତାଙ୍କୁ ଆମ୍ବେଦକର ନଗର ଓ ମିର୍ଜାପୁରରୁ ପ୍ରାର୍ଥୀ ହେବାର ଅଫର ମିଳିଥିବା ଲଲନ ସିଂହ କହିଛନ୍ତି ।
    ସେ ଆହୁରିମଧ୍ୟ କହିଛନ୍ତି ଯେ, ''ଉତ୍ତରପ୍ରଦେଶରେ ବିରୋଧିଙ୍କ ଏକତା ଖୁବ୍ ଗୁରୁତ୍ବପୂର୍ଣ୍ଣ । ଯଦି ଏପରି ହୁଏ, ତେବେ ବିଜେପି କେବଳ ୧୫ରୁ ୨୦ ଆସନ ହାତେଇବାରେ ସକ୍ଷମ ହେବ ।'' ଫୁଲପୁର ଆସନ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଆସନ ଠାରୁ ୧୦୦ କିମି ଦୂର । ୨୦୨୪ରେ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାକୁ ହେଲେ ନୀତିଶଙ୍କୁ ଉତ୍ତରପ୍ରଦେଶରେ ବଡ ବିଜୟ ହାସଲ କରିବାକୁ ପଡିବ । ନଚେତ୍ ୨୦୨୪ ପାଇଁ ତାଙ୍କର ମିଶନ ଅସଫଳ ରହିବ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook