ମୁଖ୍ୟ ଖବର
ନୂଆଦିଲ୍ଲୀ: ବିଜେପି ବିରୋଧରେ ଏକଜୁଟ୍ ହେବେ ସମସ୍ତ ବିରୋଧି ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହା କହିଛନ୍ତି । ଆଉ ଯଦି ଏଭଳି ହୁଏ ତେବେ ଏହା ୨୦୨୪ ଲୋକସଭା ନିର୍ବାଚନରେ ୫୦ ଟି ଆସନକୁ ଓହ୍ଲାଇବ ବିଜେପି । ନୀତୀଶ କୁମାର କହିଛନ୍ତି ଯେ ବିକଳ୍ପ ଖୋଜୁଥିବା ଲୋକଙ୍କ କଲ୍ୟାଣ ପାଇଁ ବିରୋଧୀ ଦଳ ସେମାନଙ୍କ ମତଭେଦକୁ ସମାଧି ଦେବା ଆବଶ୍ୟକ । ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି ।
ପରେ ଦଳ ତାଙ୍କୁ ଏକତା ପ୍ରତିଷ୍ଠା ଦିଗରେ କାର୍ୟ୍ୟ କରିବାକୁ ଅନୁମତି ଦେଇଥିଲା । ଏହି ବୈଠକରେ ଏକ ସଂକଳ୍ପ ପାରିତ ହୋଇ ଅଭିଯୋଗ ହୋଇଛି ଯେ ବିଜେପି ସରକାରଙ୍କ ଅଧୀନରେ ଦେଶରେ ଏକ “ଅଘୋଷିତ ଜରୁରୀକାଳୀନ ପରିସ୍ଥିତି” ସୃଷ୍ଟି ହୋଇଛି । ଯାହା ଅନୁସନ୍ଧାନକାରୀ ସଂସ୍ଥାକୁ “ଅପବ୍ୟବହାର” କରି ବିରୋଧୀ ସ୍ୱରକୁ ନୀରବ କରିବାକୁ ଚେଷ୍ଟା କରୁଛି ।
ଏହି ସଂକଳ୍ପରେ କୁହାଯାଇଛି ଯେ ଦେଶ ବିଜେପିର ବିକଳ୍ପ ଖୋଜୁଛି ଏବଂ ସମସ୍ତ ବିରୋଧୀ ଦଳକୁ ସେମାନଙ୍କ ମତଭେଦକୁ ଏଡ଼ାଇ ଏକଜୁଟ ହେବାକୁ କହିଛନ୍ତି ନୀତିଶ୍ । ସେ ମଧ୍ୟ ବିଜେପିକୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି । ସମାଜରେ ଅସହିଷ୍ଣୁତା ଏବଂ ଉଗ୍ରବାଦ ବୃଦ୍ଧି ପାଇଛି । ଦଳିତ ଏବଂ ଆଦିବାସୀଙ୍କୁ ହଇରାଣ କରାଯାଉଛି ।
ତେବେ ନୀତୀଶ କୁମାର ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ଲଢିବା ପାଇଁ କଂଗ୍ରେସର ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀଦଳ ନେତାଙ୍କୁ ଭେଟିବେ । ଜେଡିୟୁ ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାର ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ବାମପନ୍ଥୀ ନେତାଙ୍କୁ ମଧ୍ୟ ଭେଟିବେ ବୋଲି ଆଶା କରାଯାଉଛି ।
Comments ସମସ୍ତ ମତାମତ