Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୀତୀଶ ସଭାରେ ପିଆଜ ଓ ପଥର ମାଡ଼

    Share on :
    ajab-Image
    Date: Nov 4, 2020    Views: 4101

    ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରସ୍ତୁତିି କରାଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ମଧୁବନୀରେ ଏକ ଜନସଭାକୁ ସମ୍ବୋଧନ କରିବାକୁ ପହଞ୍ଚିଥିଲେ । ନୀତୀଶ ସଭାକୁ ସମ୍ବୋଧିତ କରିବା ସମୟରେ ଭିଡ଼ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କ ଉପରକୁ ପିଆଜ ଏବଂ ପଥର ମାଡ଼ କରିବାକୁ ଚେଷ୍ଟା କରିଥିଲା । ପରେ ସୁରକ୍ଷା କର୍ମୀ ନୀତୀଶ କୁମାରଙ୍କୁ ଘେରିଯାଇ ତାଙ୍କୁ ସୁରକ୍ଷା ଦେଇଥିଲେ ଏବଂ ନୀତୀଶ ନିଜର ଭାଷଣ ପୂରା କରିଥିଲେ । ଏହି ଘଟଣା ପରେ ନୀତୀଶ ଆକ୍ରୋଶର ସହ କହିଥିଲେ ଯେ, ମୋ ଉପରକୁ ଯେତେ ଯାହା ଫିଙ୍ଗିବା କଥା ଫିଙ୍ଗ, ଏହାର କୌଣସି ପ୍ରଭାବ ମୋ ଉପରେ ପଡ଼ିବନି । କିଛି ଦିନ ମଧ୍ୟରେ ଏଭଳି ଲୋକ ଆପେ ସବୁ କିଛି ବୁଝିଯିବେ ବୋଲି ନୀତୀଶ ପ୍ରକାଶ କରିଥିଲେ । ବ୍ୟକ୍ତି ଜଣକ ନୀତୀଶଙ୍କ ଉପରକୁ ପିଆଜ ଫିଙ୍ଗିବା ସମୟରେ ନାରା ଦେଇ କହିଥିଲେ, ରାଜ୍ୟରେ ଖୋଲାଖୋଲି ମଦ ବିକି୍ର ହେଉଛି । ଦୁର୍ନୀତି ହେଉଛି କିନ୍ତୁ ସରକାର କିଛି କରି ପାରୁନାହାନ୍ତି । ପୁଲିସ ବ୍ୟକ୍ତି ଜଣକୁ ଚିହ୍ନଟ କରି ଅଟକ ରଖିଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook