Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୮ରେ ଓଡିଶା ଗସ୍ତରେ ଆସୁଛନ୍ତି ନିତିନ ନବୀନ

    Share on :
    ajab-Image
    Date: May 13, 2026    Views: 2988

    ଭୁବନେଶ୍ଵର:ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ଆସନ୍ତା ୧୮ ତାରିଖରେ ନିତିନ ନବୀନ ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବା ନେଇ ସୂଚନା ମିଳିଛି।  ଜଟଣୀରେ ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଉଦଘାଟନୀ ସହ ନିଜର ଅଭିଭାଷଣ ରଖିବେ ନିତିନ ନବୀନ ।  ସେହିଦିନ ଅପରାହ୍ନରେ ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗଦେବେ ।

    ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ବ୍ଲୁ-ପ୍ରିଣ୍ଟ ହୋଇପାରେ ।  ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ପ୍ରଥମ ଥର ପାଇଁ ନିତିନ ଆସୁଛନ୍ତି ଓଡ଼ିଶା।୧୮ ତାରିଖ ସକାଳ ୯ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନୀତିନ।ରାଜ୍ୟ ବିଜେପି ତୁଙ୍ଗ ନେତୃତ୍ୱ ଓ ହଜାର ହଜାର କର୍ମୀ ସ୍ୱାଗତ କରିବେ।ବିମାନବନ୍ଦରରୁ ସିଧାସଳଖ ବିଶାଳ ଶୋଭାଯାତ୍ରାରେ ଜଟଣୀ ପର୍ୟ୍ୟନ୍ତ ନିଆଯିବ।ରାଲି ଜରିଆରେ ବିଜେପି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଖିଛି ଯୋଜନା। ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଦିନ ୨ଟା ପର୍ୟ୍ୟନ୍ତ ରହି କର୍ମୀଙ୍କୁ ସମ୍ବୋଧନ କରିବେ। ସାଂଗଠନିକ ମାର୍ଗଦର୍ଶନ ପ୍ରଦାନ କରିବେ।ନିତିନଙ୍କ ଓଡ଼ିଶା ଗସ୍ତ ନେଇ ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଏନେଇ ହୋଇଛି ବୈଠକ । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧକ୍ଷଙ୍କ ଓଡିଶା ଗସ୍ତ ଗୁରୁତ୍ୱ ବହନ କରୁଛି ।

    Maximum 500 characters

    ରାଜନୀତି View all

    Find Us on Facebook