ମୁଖ୍ୟ ଖବର
ପାଟନା: ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ନୀତିନ ନବୀନ ରବିବାର ପୂର୍ବାହ୍ଣଷର ବିହାର ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେବେ। ସେ ସମ୍ପ୍ରତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହି ପଦକ୍ଷେପ ନିଶ୍ଚିତ ବୋଲି ବିବେଚନା କରାଯାଉଛି। ରାଷ୍ଟ୍ରୀୟ ସଭାପତି ହେବା ସହିତ ନୀତିନ ନବୀନ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ତାଙ୍କୁ ଏବେ ବିଧାୟକ ପଦରୁ ଇସ୍ତଫା ଦେବାକୁ ପଡିବ, ଯାହା ଦ୍ୱାରା ସେ ଆନୁଷ୍ଠାନିକ ଭାବରେ ତାଙ୍କର ନୂତନ ଭୂମିକା ଆରମ୍ଭ କରିବେ।
Comments ସମସ୍ତ ମତାମତ