Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦୁର୍ଘଟଣା ପରେ ସାହାଯ୍ୟ କଲେ ମିଳିବ ୨୫ ହଜାର ପୁରସ୍କାର

    Share on :
    ajab-Image
    Date: Jan 10, 2026    Views: 2879

    ଆପଣ ରାସ୍ତାରେ ଯାଉଛନ୍ତି, କୌଣସି ଦୁର୍ଘଟଣା ହୋଇଥିବା ଦେଖିଲେ, କିନ୍ତୁ ଦୁର୍ଘଟଣାର ଶିକାର ଲୋକଙ୍କୁ ହସ୍ପିଟାଲ ନେବାକୁ ଆପଣ ଭୟ କରନ୍ତି । କାରଣ ହସ୍ପିଟାଲରୁ ନେଇ ଥାନା ପୋଲିସର ଭୟ ଅନେକଙ୍କ ମନରେ ଥାଏ । କିନ୍ତୁ ଏମିତି କଲେ ଆପଣ ଏବେ ପୁରସ୍କାର ପାଇବେ । ପରିସଂଖ୍ୟାନ କହୁଛି ବର୍ଷକୁ ହେଉଥିବା ୫ ଲକ୍ଷ ଦୁର୍ଘଟଣାରେ ତୁରନ୍ତ ଚିକିତ୍ସା ମିଳିଲେ ୩୦% ଜୀବନ ବଞ୍ଚି ପାରିବ । ଏଣୁ ସଡ଼କ ଦୁର୍ଘଟଣାର ଲୋକଙ୍କୁ କେମିତି ତୁରନ୍ତ ସହାୟତା ମିଳିବ । ଅନ୍ୟ ଲୋକେ କେମିତି ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇବାରେ ସାହାଯ୍ୟ କରିବେ ସେନେଇ ବଡ଼ ଯୋଜନା ଆଣିଛି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ।
    ଖୁବଶୀଘ୍ର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହେବ କ୍ୟାସଲେସ୍‌ ଟ୍ରିଟମେଣ୍ଟ । କୌଣସି ଦୁର୍ଘଟଣା ଘଟିଲେ ଗୋଲଡେନ୍‌ ଆଓ୍ବାରରେ ହସ୍ପିଟାଲ ନେଉଥିବା ବ୍ୟକ୍ତି ବା ରାହାବୀରଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ଦେବାକୁ ବ୍ୟବସ୍ଥା ହେବ । ଦୁର୍ଘଟଣା ପରେ ହସ୍ପିଟାଲରେ ରୋଗୀଙ୍କୁ ୭ ଦିନ ପାଇଁ ତୁରନ୍ତ ଦେଢ଼ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଏନେଇ ଯୋଜନାରେ ଉଲ୍ଲେଖ ରହିବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ସୂଚନା ଦେଇଛନ୍ତି । ଏପରିକି ଯେଉଁ ଗାଡ଼ିରେ ଇନ୍ସୁରାନ୍ସ ନଥିବ ସେଥିପାଇଁ ଚିକିତ୍ସା ଅର୍ଥ ସଡ଼କ ସୁରକ୍ଷା ରାଶିରୁ ଦିଆଯିବ ବୋଲି ସେ କହିଛନ୍ତି। ଏମ୍ସର ରିପୋର୍ଟ ଆଧାରରେ ଏହି ଯୋଜନା ହେଉଛି । ବର୍ଷକୁ ହେଉଥିବା ୫ ଲକ୍ଷ ଦୁର୍ଘଟଣାରେ ତୁରନ୍ତ ଚିକିତ୍ସା ମିଳିଲେ ୩୦% ଜୀବନ ବଞ୍ଚି ପାରିବ ବୋଲି ଏମ୍ସ ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହି ଯୋଜନାର ପାଇଲଟ ପ୍ରୋଜେକ୍ଟ ସଫଳତାର ସହିତ ୟୁପି, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ଆସାମ ପରି ରାଜ୍ୟରେ କରାଯାଇଛି। ଏହାକୁ ସର୍ବ ଭାରତୀୟସ୍ତରରେ ଲାଗୁ କରାଯିବ । ଏହାର ନାମ ସହିତ ଯୋଜନାର ଶୁଭାରମ୍ଭ ବହୁତ ଶୀଘ୍ର ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କହିଛନ୍ତି ।
    ଏଥିସହ ସମସ୍ତ ନୂଆ ଗାଡ଼ିରେ ମାତ୍ର ୫ରୁ ୭ ହଜାର ଟଙ୍କାରେ ସେନସର ଲଗାଯିବ । ଯାହା ଫଳରେ ରାସ୍ତାରେ କିଛି ଅସୁବିଧା ହେଲେ ବୁଲାଣି ସ୍ଥାନରେ ଏହି ସେନସର ଗାଡ଼ି ଚାଳକକୁ ଆଲର୍ଟ କରିବ । ସେହିପରି ଟ୍ରକ, ବସରେ ଗାଡ଼ି ଚାଳକକୁ ନିଦ ଲାଗିଲେ ଏହା ସତର୍କ କରିବ । ଯାହା ଦ୍ବାରା ଦୁର୍ଘଟଣାକୁ ରୋକିହେବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଏହା ଏକ ଉପାଦେୟ ଯୋଜନା ହେବ ।ସେପଟେ ରାହାବୀରମିତ୍ରଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ଦେବା ଦ୍ବାରା ଅନେକ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ସଡ଼କ ସୁରକ୍ଷା ବିଶେଷଜ୍ଞ । ସେହିପରି ହିଟ୍‌ ଆଣ୍ଡ ରନ୍‌ ମାମଲାରେ ତୁରନ୍ତ ସମାଧାନ ପାଇଁ ବ୍ୟବସ୍ଥା ହେଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook